ଚତୁର୍ଥ ବାର୍ଷିକ ଚମ୍ପୁଆ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
କେନ୍ଦୁଝର, 19 ନଭେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ଚତୁର୍ଥ ବାର୍ଷିକ ଚମ୍ପୁଆ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ଚମ୍ପୁଆ କ୍ରିକେଟ କ୍ଲବ ତରଫରୁ ଆୟୋଜନ କରାଯାଇଥିଲା। ଯାହାକି ଆଜି ତାର ଅନ୍ତିମ ଦିବସରେ ଉଦଯାପିତ ହୋଇଛି। ଏହି କ୍ରିକେଟ୍ ଖେଳ ୮ଟି ଟିମ୍ କୁ ନେଇ
ଚତୁର୍ଥ ବାର୍ଷିକ ଚମ୍ପୁଆ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ


କେନ୍ଦୁଝର, 19 ନଭେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲା ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ଚତୁର୍ଥ ବାର୍ଷିକ ଚମ୍ପୁଆ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟ ଚମ୍ପୁଆ କ୍ରିକେଟ କ୍ଲବ ତରଫରୁ ଆୟୋଜନ କରାଯାଇଥିଲା। ଯାହାକି ଆଜି ତାର ଅନ୍ତିମ ଦିବସରେ ଉଦଯାପିତ ହୋଇଛି। ଏହି କ୍ରିକେଟ୍ ଖେଳ ୮ଟି ଟିମ୍ କୁ ନେଇ ଖେଳା ଯାଇଥିଲା।ଚମ୍ପୁଆ କ୍ରିକେଟ୍ କ୍ଲବର ସଭାପତି ଅରୁଣ କୁମାର ପତି, ସମ୍ପାଦକ ପବିତ୍ର କୁମାର ନାୟକଙ୍କ ନେତୃତ୍ବରେ ଏହି ଉଯାପପନି ଖେଳରେ ମୁଖ୍ୟ ଅତିଥ୍‌ ଭାବେ ଚମ୍ପୁଆ ଓକିଲ ସଙ୍ଘର ସଭାପତି ତଥା ବିଜେପି ନେତା ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥୂ ଭାବରେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ସିଦ୍ଧାର୍ଥ ସିଂ, ପୁର୍ବତନ କ୍ରିକେଟ୍ ଖେଳାଳି ତଥା ଜଣେ ସମାଜସେବୀ ହବି ପୂର୍ବତନ ଫୁଟବଲ୍ ଖେଳାଳୀ ସଞ୍ଜୟ ନାଏକ, ଏମ ଡି ମୁସ୍ତାକ ଚମ୍ପୁଆ କ୍ରିକେଟ କ୍ଲବର ସମସ୍ତ ଖେଳାଳି, ବହୁ ବରିଷ୍ଠ ଖେଳାଳୀ, ଗଣ୍ୟମାନ୍ୟ ବ୍ୟକ୍ତି ଓ ଖେଳ ପ୍ରେମୀ ଦର୍ଶକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ କରାଯାଇଥିଲା ପରେ ପଡିଆ ଭିତରକୁ ଅତିଥ୍ ମାନେ ଯାଇ ପିଚ ଉପରେ ଫିତା କାଟିବା ସହିତ ଦୁଇଦଳର ଖେଳାଳି ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ। ଆଜିର ଏହି ଫାଇନାଲ ମ୍ୟାଚ ଏ କେ ଏଫ ଫାଇଟର ଏକାଦଶ ଏବଂ ମାରୁତି ଫାଇଟର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଏ କେ ଫ ଫାଇଟର ଏକାଦଶ ଟସ ଜିତି ମାରୁତି ଏକାଦଶ କୁ ବ୍ୟାଟିଙ୍ଗ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଧାରିତ ୮ ଓଭର ବିଶିଷ୍ଟ ମ୍ୟାଚରେ ମାରୁତି ଏକାଦଶ ୮୫ରନ କରିଥିଲାବେଳେ ଏ କେ.ଏଫ ଏକାଦଶ ୭ ଓଭରରେ ୮୭ ରନ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। ଏହି ଖେଳକୁ ଚମ୍ପୁଆ କ୍ରିକେଟ କ୍ଲବର ଖେଳାଳୀ ଫଇମ୍ ଖାନ୍ ସମସ୍ତ ସଦସ୍ୟ ଖେଳ ଶେଷ ପର୍ଯ୍ୟନ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳରେ ପରିଚାଳନାରେ ସହଯୋଗ କରିଛନ୍ତି। ଆଜିର ଖେଳରେ ଦିଲୱାଜ ଅକ୍ତିର ଓ ଆକମଲ୍ ଆରିଜ୍ ଅମ୍ପୟାର ଭାବରେ ଖେଳ ପରିଚାଳନା କରିଥିଲାବେଳେ ଓ ଭାଷ୍ୟକାର ଭାବରେ ରାଜା ଖେଳର ଧାରା ବିବରଣୀଗ ପ୍ରଦାନ କରିଥିଲେ I ସ୍କୋରର ଭାବେ ପାର୍ଥ ବେଶ୍ରା, ଯାକି ଅହମଦ ଓ ନବେଦ ଆଲମ୍ ସ୍ଲୋରିଙ୍ଗ ଭାର ସୁନ୍ଦର ଭାବେ ସମ୍ପାଦନ କରିଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande