
ଚୋରୀ କରିବା ବେଳେ ଲୋକଙ୍କ ମାଡ଼ରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର
ବାରିପଦା:, 19 ନଭେମ୍ବର (ହି.ସ.) ଘରକୁ ଚୋରି କରିବାକୁ ଆସିଥିବା ବେଳେ ଲୋକଙ୍କ ମାଡ଼ରେ ଜଣେ ଚୋରର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଆନ୍ତର୍ଗତ ବିସିପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ହେଲେ ଉଦଳା ଥାନା ଅଧୀନ ଦେଉଳା ଗ୍ରାମର ବାପି କୋହ୍ଲାର ବୋଲି ଜଣାପଡ଼ିଛି। ଚୋରୀ କରିବାକୁ ଆସିଥିବା ଲୁଟେରାକୁ ଗ୍ରାମବାସୀ ଧରି ନିର୍ଘାତ ମାଡ଼ ମାରିଥିଲେ। ଯାହା ଫଳରେ ଜଣେ ଲୁଟେରା ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତ ମଙ୍ଗଳବାର ରାତିରେ ବିସିପୁର ଗ୍ରାମରେ ଗ୍ୟାସ ଟାଙ୍କି ଚୋରୀ କରିବାକୁ ପଶିଥିଲେ ୨ ଲୁଟେରା। ଏହି ସମୟରେ ଗ୍ରାମବାସୀମାନଙ୍କ ହାତରେ ଧରାପଡିଯାଇଥିଲେ ଦୁଇ ଚୋର । ଉକ୍ତ ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଉଠାଇ ଆଣି ପୁଲିସ ପଚରାଉଚରା କରୁଥିବାର ସୂଚନା ମିଳିଥିବା ସମୟରେ ମୃତ ଚୋରର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଉଦଳା ହସପିଟାଲକୁ ପଠାଇଛନ୍ତି ଏବଂ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ