ହାତୀ ଆକ୍ରମଣରେ  ମୃତକଙ୍କ ପରିବାରକୁ ଭେଟିଲେ ପଞ୍ଚାୟତିରାଜ ମନ୍ତ୍ରୀ
ହାତୀ ଆକ୍ରମଣରେ  ମୃତକଙ୍କ ପରିବାରକୁ ଭେଟିଲେ ପଞ୍ଚାୟତିରାଜ ମନ୍ତ୍ରୀ
ହାତୀ ଆକ୍ରମଣରେ  ମୃତକଙ୍କ ପରିବାରକୁ ଭେଟିଲେ ପଞ୍ଚାୟତିରାଜ ମନ୍ତ୍ରୀ


ସମ୍ବଲପୁର, ୧୯ ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ବଡରମା ପଞ୍ଚାୟତ କୁତବ ଗ୍ରାମରେ ଗତ ୧୧ ତାରିଖ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଦୁଇଜଣଙ୍କ ପରିବାରକୁ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ ହାତୀ ଆକ୍ରମଣରେ ପ୍ରଦୀପ୍ତ ଘଟୁଆଳ ଓ ଗଙ୍ଗାରାମ ପଟେଲଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଦୁଇ ମୃତକଙ୍କ ପରିବାର ଯେଉଁ ଅସହ୍ୟ ପରିସ୍ଥିତି ମୁହାଁ ହେଇଛନ୍ତି, ତାହାକୁ ଆତି ନିକଟରୁ ଅନୁଭବ କରି ମନ୍ତ୍ରୀ ଫରେଷ୍ଟ ଅଫିସରଙ୍କ ସହ ସରକାରଙ୍କ ନିର୍ଧାରିତ କ୍ଷତିପୂରଣ ରାଶି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପେକ୍ଷୀରେ ମନ୍ତ୍ରୀ ଗ୍ରାମବାସୀଙ୍କ ସହ ଗ୍ରାମର ବିଭିନ୍ନ ଉନ୍ନୟନ, ହାତୀ ଆକ୍ରମଣ ନିବାରଣ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ଏବଂ ଅନ୍ୟାନ୍ୟ ମୂଳଭୂତ ସମସ୍ୟା ବାବଦରେ ଗ୍ରାମବାସୀଙ୍କ ମତାମତ ନେଇଥିଲେ। ମନ୍ତ୍ରୀଙ୍କ ଏହି ପରିଦର୍ଶନ ବେଳେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି, ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଜମନକିରା ଥାନା ଆଇ.ଆଇ.ସି ପଦ୍ମାଳୟା ସାହୁ, ବଡ଼ରମା ରେଞ୍ଜର ଗିରିଧାରୀ ପଧାନ, ବଡ଼ରମା ସରପଞ୍ଚ ବିଜୟ ନାଏକ, ବଡ଼ରମା ସମିତି ସଭ୍ୟ ଅଶୋକ ବାଘ, ଅମୋଘ ପାଣିଗ୍ରାହୀ, ମନୋଜ ମାଝୀ, ବୀରେନ୍ଦ୍ର ଚୌଧୁରୀ, ସୁନୀଲ ମୁଦୁଲି ଓ ଗଣମାଧ୍ୟମ ପ୍ରତିନିଧି ଲିପନ୍ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଗ୍ରାମବାସୀଙ୍କ ସହିତ ଗ୍ରାମର ରାସ୍ତା, ମୋବାଇଲ ନେଟୱର୍କ, ଷ୍ଟ୍ରୀଟ ଲାଇଟ୍ ଭଲି ମୌଳିକ ସମସ୍ୟାର ସମାଧାନ ପ୍ରତି ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ବିଭାଗୀୟ ଆଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହ ଉଭୟ ମୃତକଙ୍କ ପରିବାରଙ୍କୁ କିଭଳି ସମସ୍ତ ସରକାରୀ ସୁବିଧା ମିଳିବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ କହିଥିଲେ। ଗ୍ରାମବାସୀଙ୍କୁ ନିଶ୍ଚିତ କରି ଗ୍ରାମର ସାମଗ୍ରିକ ଉନ୍ନତି, ସୁରକ୍ଷା ବଢ଼ାଇବା ଏବଂ ସରକାରୀ ଯୋଜନା ଗୁଡ଼ିକ ପହଞ୍ଚାଇବା ପାଇଁ ଲୋକଙ୍କ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ନାଏକ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ ଫେରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande