ହିନ୍ଦୁ ସମାଜର ବିନ୍ଧାଣି ରଜନୀ ନାୟକଙ୍କ ପରଲୋକ
ଜୟପୁର,, 19 ନଭେମ୍ବର (ହି.ସ.)ହିନ୍ଦୁ ସମାଜର ବିନ୍ଧାଣି ତଥା ଜଗନ୍ନାଥ ସାଗର ପାଇଁ ସ୍ବର ଉଠାଇଥିବା ସମାଜସେବୀ ତଥା ଅବସର ପ୍ରାପ୍ତ କୃଷି ବିଭାଗ କର୍ମଚାରୀ ରଜନୀ କାନ୍ତ ନାୟକଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। । ତାଙ୍କ ନିଜ ବାସଭବନ ଜୟପୁର ବ୍ୟାଙ୍କ କଲୋନୀ ଠାରେ ଥିବା ବେଳେ ଆଜି ସକା
ହିନ୍ଦୁ ସମାଜର ବିନ୍ଧାଣି ରଜନୀ ନାୟକଙ୍କ ପରଲୋକ


ଜୟପୁର,, 19 ନଭେମ୍ବର (ହି.ସ.)ହିନ୍ଦୁ ସମାଜର ବିନ୍ଧାଣି ତଥା ଜଗନ୍ନାଥ ସାଗର ପାଇଁ ସ୍ବର ଉଠାଇଥିବା ସମାଜସେବୀ ତଥା ଅବସର ପ୍ରାପ୍ତ କୃଷି ବିଭାଗ କର୍ମଚାରୀ ରଜନୀ କାନ୍ତ ନାୟକଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। । ତାଙ୍କ ନିଜ ବାସଭବନ ଜୟପୁର ବ୍ୟାଙ୍କ କଲୋନୀ ଠାରେ ଥିବା ବେଳେ ଆଜି ସକାଳୁ ତାଙ୍କ ସଡକ ଦୁର୍ଘଟଣା ରେଢାଖୋଲ ନିକଟରେ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସେ ରେଢାଖୋଲ ରେ ଏକ ଦୁଇଚକିଆଯାନରେ ଯାଉଥିବା ସମୟରେ ମଝି ରାସ୍ତାରେ ଏକ ହମ୍ପ୍ସ ନିକଟରେ ତାଙ୍କ ଗାଡି ଭାରସାମ୍ୟ ହରାଇଥିବା ବେଳେ ପଛପଟୁ ଆସୁଥିବା ଏକ ଟିପ୍ପରର ପଛ ଚକାତଳେ ପଡିଯାଇଥିଲେ। ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଆହତ ରଜନୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ଜୟପୁର ସହରରେ ସକାଳ ୧୧ଟାରେ ପ୍ରଚାର ହେବା ପରେ ଜୟପୁର ହିନ୍ଦୁ ସମାଜରେ ଶୋକର ଛାୟା ଖେଳିଯାଇଥିଲା। ହିନ୍ଦୁ ସମାଜ ଗଠନ କରିବା ଠାରୁ ରାମ ନବମୀ ଓ ଅନେକ ହିନ୍ଦୁ କାମରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିଙ୍କୁ ହରାଇ ଆଜି ସମସ୍ତେ ମର୍ମାହତ। ସ୍ବର୍ଗତ ରଜନୀଙ୍କ ପରିବାର ବର୍ଗ ରେଢାଖୋଲ ରେ ପହଁଚିବା ପରେ ମର ଶରୀରକୁ ଜୟପୁରକୁ ଆଣିବା ପରେ ଆସନ୍ତା କାଲି ତାଙ୍କ ଅନ୍ତେଷ୍ଠ କ୍ରିୟା ପାଳନ କରାଯିବ ବୋଲି ହିନ୍ଦୁ ସମାଜ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande