ମଦନପୁର ପଞ୍ଚାୟତରେ ଧାନମଣ୍ଡି ଖୋଲିବା ନେଇ ଆନ୍ଦୋଳନ କଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି
କେନ୍ଦୁଝର, 19 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ମଦନପୁର ଠାରେ ନୂତନ ଧାନମଣ୍ଡି ଖୋଲିବା ପାଇଁ ଶତାଧିକ ଚାଷୀ ଦୀର୍ଘ ଦିନ ଧରି ସରକାର ଓ ପ୍ରଶାସନ ପାଖରେ ଦାବୀ କରିଆସୁଛନ୍ତି। ମଦନପୁର ପଞ୍ଚାୟତ ର ପ୍ରାୟ ୮ ଶହରୁ ଊର୍ଦ୍ଧ୍ବ ଚାଷୀ ୭ କିଲୋ ମିଟର ଖଲଣା ଧାନମଣ୍ଡୀ କୁ ଧାନ
ମଦନପୁର ପଞ୍ଚାୟତରେ ଧାନମଣ୍ଡି ଖୋଲିବା ନେଇ ଆନ୍ଦୋଳନ କଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି


କେନ୍ଦୁଝର, 19 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ମଦନପୁର ଠାରେ ନୂତନ ଧାନମଣ୍ଡି ଖୋଲିବା ପାଇଁ ଶତାଧିକ ଚାଷୀ ଦୀର୍ଘ ଦିନ ଧରି ସରକାର ଓ ପ୍ରଶାସନ ପାଖରେ ଦାବୀ କରିଆସୁଛନ୍ତି। ମଦନପୁର ପଞ୍ଚାୟତ ର ପ୍ରାୟ ୮ ଶହରୁ ଊର୍ଦ୍ଧ୍ବ ଚାଷୀ ୭ କିଲୋ ମିଟର ଖଲଣା ଧାନମଣ୍ଡୀ କୁ ଧାନ ଦେବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ବର୍ଷ ଧରି ବିଗତ ବିଜୁ ଜନତା ଦଳ ସରକାର ସମୟରେ ଚାଷୀ ମାନେ ଧାନମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ ମଧ୍ୟ ଶୁଣି ନଥିଲେ। ଚଳିତ ବର୍ଷ ମଦନପୁର ପଞ୍ଚାୟତ ର ଚାଷୀ ମାନଙ୍କ ଦାବି ଫଳରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ମଦନପୁର ଗ୍ରସ୍ତ କରି ଶତାଧିକ ଚାଷୀ ମାନଙ୍କ ସହିତ ଭେଟି ଆଲୋଚନା କରିଛନ୍ତି। ତତସହିତ ଧାନମଣ୍ଡୀ ଖୋଲିବା ପାଇଁ ପ୍ରସ୍ତାବିତ କୋଠା ଘର ପରିଦର୍ଶନ କରିଛନ୍ତି। ମଦନପୁର ଠାରେ ଧାନମଣ୍ଡି ଖୋଲିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସହିତ ଆଲୋଚନା କରିଛନ୍ତି। ତତସହିତ ଜିଲ୍ଲା ସମବାୟ ମୁଖ୍ୟ ଅଧିକାରୀ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମୁଖ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ କରିବା ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥିରାଜ କୁଅଁର, ସୁଧାଂଶୁ ଶେଖର କୁଅଁର, କଳାକାର ପେରେଇ, ରଘୁନାଥ କବି, ନରେନ ଖୁଣ୍ଟିଆ, ନାରାୟଣ ସାହୁ, କାଳନ୍ଦି ସାହୁ, ବାମନ ଚରଣ ସାହୁ, ଜଗବନ୍ଧୁ ପାଢୀ, ଏକାଦଶୀ ପଲେଇ,ଅଜୟ କୁମାର କୁଅଁର, ରମାକାନ୍ତ ନନ୍ଦ, ଦୀନବନ୍ଧୁ ମହାରଣା, ରଥ ବିହାରୀ ଦାସ, ଶରତ ଖଟୁଆ, ବନମାଳୀ ଖଟୁଆ, ଘନଶ୍ୟାମ ଖଟୁଆ, ଜଲଧର କୁଅଁର, ଗୋବର୍ଦ୍ଧନ କୁଅଁର, ସମ୍ବିତ୍ ରଞ୍ଜନ କୁଅଁର, ଦୁର୍ଯ୍ୟଧନ ସେଠୀ, ଦୁର୍ଯ୍ୟଧନ ଓଝା, କାଙ୍ଗାଳି କୁଅଁର, ମନ୍ମଥ ଦେହୁରୀ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande