କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ ପଳାସପୁର ଓ ଯଦୁପୁର ବିଜୟୀ
ଖୋର୍ଦ୍ଧା, 19 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ପଳାସପୁର ଦଳ ମେଣ୍ଢାଶାଳ କୁ ୫ ୍ୱିକେଟ ରେ ପରାସ୍ତ କରିଛି ‌।ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରି
କ୍ରିକେଟ


ଖୋର୍ଦ୍ଧା, 19 ନଭେମ୍ବର (ହି.ସ.)ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ପଳାସପୁର ଦଳ ମେଣ୍ଢାଶାଳ କୁ ୫ ୍ୱିକେଟ ରେ ପରାସ୍ତ କରିଛି ‌।ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରି ବିଷ୍ଣୁ ମହାପାତ୍ର ଙ୍କ ୩୮ ରନ ସହାୟତାରେ ୧୬ ଓଭର ରେ ୧୪୧ ରନ ସଂଗ୍ରହ କରିଥିଲେ। ଜବାବରେ ପଳାସପୁର ଦଳ ସୋମନାଥ ପ୍ରଧାନ ଙ୍କ ୪୩ ରନ ସହାୟତା ରେ ୧୪ ଓଭର ରେ ୫ ୍ୱିକେଟ ହରାଇ ୧୪୨ କରି ବିଜେତା ହୋଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ ବସନ୍ତ ସାହୁ ଙ୍କୁ ବି ଏସ ଟ୍ରାନ୍ସପୋର୍ଟ ର ମାଲିକ ବିରଞ୍ଚି କୁମାର ସାହୁ ପୁରସ୍କୃତ କରିଥିଲେ। ଦ୍ଵିତୀୟ ମ୍ୟାଚ ରେ ଯଦୁପୁର ଦଳ ତମାଣ୍ଡୋ ଦଳ କୁ ୬୭ ରନ ରେ ପରାଜିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଯଦୁପୁର ଦଳ ନିର୍ଦ୍ଧାରିତ ୧୮ ଓଭର ରୁ ୫ ୍ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ରିୟାସାତ ଖାନ ୧୦୭ ରନ କରିଥିଲେ। ଜବାବରେ ତମାଣ୍ଡୋ ଦଳ ୧୬. ୩ ଓଭର ରେ ସମସ୍ତ ୍ୱିକେଟ ହରାଇ ୧୪୦ ରନ ରେ ସୀମିତ ରହିଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ଯଦୁପୁର ଦଳର ରିୟାସତ ଖାନ ଙ୍କୁ ଦିବ୍ୟସିଂଘ ପାତ୍ର, ସଂଗ୍ରାମ କେଶରୀ ସାମନ୍ତସିଂହାର, ଭ୍ରମରବର ସାମନ୍ତରାୟ, କେଶବ ଚନ୍ଦ୍ର ଗଜେନ୍ଦ୍ର ଓ ଦୁର୍ଯ୍ୟଧନ ବରାଳ ପୁରସ୍କୃତ କରିଥିଲ।ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ବି ବି ରାଉତରାୟ, ତୁଷାରକାନ୍ତ ସୁନ୍ଦରାୟ ଓ ସୂର୍ଯ୍ୟ ପ୍ରତାପ ଗଜେନ୍ଦ୍ର। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ଆକାଶ ବରାଳ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ । ଆସନ୍ତା କାଲି ତଥା ଗୁରୁବାର ପ୍ରଥମ ମ୍ୟାଚ କୁମାରବସ୍ତ ବନାମ ଆଇ ଆର ବି ଏବଂ ଦ୍ଵିତୀୟ ମ୍ୟାଚ କଳାପଥର ବନାମ କୁମାରବସ୍ଥ (ବି) ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande