
କୋରାଇ, ୧୯ ନଭେମ୍ବର(ହି.ସ.) – ପାଣିକୋଇଲି ପଂଚାୟତର ଅଳତିରି ଗ୍ରାମରେ ଅବସ୍ଥିତ ଗ୍ରାମ ଦେବତୀ ମା ଜାଗୁଳାଇଙ୍କ ନୂତନ ମନ୍ଦିରର ଦଧିନଉତି ବୁଧବାର ଦିନ ସ୍ଥାପନ ହୋଇଯାଇଛି। କିମ୍ବଦନ୍ତୀ ଅନୁସାରେ ପ୍ରାୟ ପାଂଚଶହ ବର୍ଷ ପୁରାତନ ମା ଜାଗୁଳାଇଙ୍କ ମନ୍ଦିିର ଭାଙ୍ଗିରୁଜି ଯାଇଥିଲା। ତେବେ ଗ୍ରାମବାସୀ ଓ ସ୍ଥାନୀୟ ଆଦର୍ଶ ୟୁଥ କ୍ଲବର ସଦସ୍ୟମାନଙ୍କର ସହଯୋଗରେ ମା’ଙ୍କର ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ସ୍ଥାନୀୟ ଅଂଚଳର ବେଦଜ୍ଞ ବ୍ରାହ୍ମଣ ଅକ୍ଷୟ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ପୂଜା ପାଠରେ ଗ୍ରାମର କଳ୍ପତରୁ ମହାପାତ୍ର ଓ ସାବିତ୍ରୀ ମହାପାତ୍ର ସଂକଳ୍ପ କରିଥିଲେ। ହୋମ ଯଜ୍ଞ ପରେ ଶଙ୍ଖ ଘଂଟ ହୁଳହୁଳି ଓ ନାମ ସଂକୀର୍ତନ ସହିତ ମା’ଙ୍କର ଦଧିନଉତି ଉଠିଥିଲା। ଶ୍ରଦ୍ଧାଳୁମାନେ ଧାନ, କଉଡ଼ି, ପଂଚ ଧାତୁ ଆଦି ମାଙ୍କର ଦଧିନଉତି ହୁଣ୍ଡିରେ ପକାଇ ମା’ଙ୍କର ଆଶୀଷ ଭିକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ନରୋତମ ନାୟକ, ଚୈତନ୍ୟ ମଲ୍ଲିକଙ୍କ ମାର୍ଗଦର୍ଶନରେ ସ୍ଥାନୀୟ ଗ୍ରାମବାସୀ ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି