ନିଶା ହଟାଅ ଦେଶ ବଞ୍ଚାଅ, ସେବା ପ୍ରତିନିଧି ସଙ୍ଗଠନ।
ଖୋର୍ଦ୍ଧା,19 ନଭେମ୍ବର (ହି.ସ.)ଭୁବନେଶ୍ୱର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭୀମଟାଙ୍ଗିର ପ୍ରଧାନ ଆଚାର୍ଯ୍ୟ ସୁରେଶ ବେହେରାଙ୍କ ନେତୃତ୍ବରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ମିଳିତ ନିଶା ନିବାରଣର ବରିଷ୍ଠ ସଦସ
ନିଶା ହତାଓ


ଖୋର୍ଦ୍ଧା,19 ନଭେମ୍ବର (ହି.ସ.)ଭୁବନେଶ୍ୱର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭୀମଟାଙ୍ଗିର ପ୍ରଧାନ ଆଚାର୍ଯ୍ୟ ସୁରେଶ ବେହେରାଙ୍କ ନେତୃତ୍ବରେ ନିଶା ହଟାଅ ଦେଶ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ମିଳିତ ନିଶା ନିବାରଣର ବରିଷ୍ଠ ସଦସ୍ୟ ମଳୟ ତ୍ରିପାଠୀ, ଅଶୋକ କୁମାର ମହାରଣା, ଏୟାର ଫିଲ୍ଡ ଥାନାର ଅତିରିକ୍ତ ଥାନା ଅଧିକାରୀ ଗୀତାଞ୍ଜଳି ବାରିକ ଓ ପ୍ରଦୀପ କୁମାର ବିଶୋଇ ନିଶା ହଟାଅ ଓଡିଶା ବଞ୍ଚାଅ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବେହେରା ଛାତ୍ରଛାତ୍ରୀ କିପରି ନିଶା କବଳରୁ ନିଜକୁ ରକ୍ଷା କରିବା ସହ ପାରିପାର୍ଶ୍ବିକ ପରିବାରଙ୍କୁ ରକ୍ଷା କରିପାରିବା ସେନେଇ ଶପଥ ପାଠ କରାଇଥିଲେ। ଶେଷରେ ଶ୍ରୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande