ଟ୍ରକ ଧକ୍କାରେ ବୃଦ୍ଧ ମୃତ,ପ୍ରତିଶ୍ରୁତି ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର
ସୁବର୍ଣ୍ଣପୁର, 19 ନଭେମ୍ବର (ହି.ସ.)ଆଜି ସକାଳେ ନିକଟ ଏକ ନାଲକୁ ଗାଧୋଇବାକୁ ଯାଉଥିବା ଜଣେ ବୃଦ୍ଧଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା ଫଳରେ ଏ ଦୁଃଖଭରା ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମିଳିଥିବା ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ ସିଂହିଯୁବା ଗ୍ରାମ
ଟ୍ରକ ଧକ୍କାରେ ବୃଦ୍ଧ ମୃତ,ପ୍ରତିଶ୍ରୁତି ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର


ସୁବର୍ଣ୍ଣପୁର, 19 ନଭେମ୍ବର (ହି.ସ.)ଆଜି ସକାଳେ ନିକଟ ଏକ ନାଲକୁ ଗାଧୋଇବାକୁ ଯାଉଥିବା ଜଣେ ବୃଦ୍ଧଙ୍କୁ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା ଫଳରେ ଏ ଦୁଃଖଭରା ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମିଳିଥିବା ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ ସିଂହିଯୁବା ଗ୍ରାମର ବୃଦ୍ଧ ପୁରସ୍ତମ ନେପାଲ(୭୦)ନିକଟ ଏକ ନାଲକୁ ମୁଖ୍ୟ ରାସ୍ତା ଦେଇ ଗାଧୋଇବାକୁ ଯାଉଥିବା ବେଳେ ସମଲେଇ ମନ୍ଦିର ନିକଟରେ ବରପାଲି ରାମପୁର ପଟରୁ ଆସୁଥିବା ଏକ ଅମୂଲ ବୋଝେଇ ଟ୍ରକ ବୃଦ୍ଧଙ୍କୁ ଧକ୍କା ଦେବାରୁ ସେ ଛିଟିକି ହୋଇ ପଡ଼ି ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।ଘଟଣା ପରେ ଉତ୍ୟକ୍ତ ଲୋକେ ଟ୍ରକକୁ ଅଟକାଇ ଥିଲେ ।ପରେ କ୍ଷତିପୂରଣ ଦାବୀରେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ ।ଦୀର୍ଘ ୪ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲା ।ଶେଷରେ ଘଟଣାସ୍ଥଳରେ ବିନିକା ତହସିଲଦାର,ଜିଲ୍ଲା ପରିବହନ ଅଧିକାରୀ ଏବଂ ବିନିକା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।ତହସିଲଦାର ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା,ସ୍ଥାନୀୟ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ୩ହଜାର ଟଙ୍କା ଏବଂ ଦୁର୍ଘଟଣା ସ୍ଥଳକୁ ଏକସିଡେଣ୍ଟ ପ୍ଲେସ ଅର୍ଥାତ୍ ବ୍ଲାକ ସ୍ପର୍ଟ ଓ ତାର ସୁବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ଘୋଷଣା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।ପରେ ବୃଦ୍ଧଙ୍କ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande