
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ତାମିଲନାଡୁ କୋଏମବାଟୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ତମ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ସଂପର୍କରେ ଦେଇଥିବା ଅଭିଭାଷଣ ଆଜି ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆୟୋଜିତ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ୨୫୦ ରୁ ଉର୍ଦ୍ଧ୍ୱ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ସଂଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଜିଲା କୃଷି ଅଧିକାରୀ ଦ୍ୱିଜବର ସେଠୀ, ଏଲଡିଏମ୍ ରାଜୀବ କୁମାର ରଞ୍ଜନ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ଓ କୃଷି ବିଭାଗ ହୃଦୟ ରଂଜନ ଜେନା, କୃଷି ଜିଲା ଅଧିକାରୀ ଶଶୀଭୂଷଣ ମହାପାତ୍ରଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ରର ବିଭାଗୀୟ ବୈଜ୍ଞାନିକ ଓ ଜିଲା କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲା କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ମହାନ୍ତି ଯୋଗଦେଇଥିବା ଅଗ୍ରଣୀ ଚାଷୀମାନଙ୍କୁ ଏହି ଯୋଜନାର ବିଭିନ୍ନ ଦିଗ ସଂପର୍କରେ ଅବଗତ କରାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ