ଜିଲ୍ଲା ସ୍ତରୀୟ ପରବ ପ୍ରତିଯୋଗୀତା ନିମନ୍ତେ ବୈଠକ
ଜୟପୁର , 19 ନଭେମ୍ବର (ହି.ସ.)ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସା˚ସ୍କୃତିକ ପ୍ରତିଯୋଗୀତାଉଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ ଏହ ବୈଠକରେ ଡ୍ରାମା, ଚିତ୍ରକଳା ଓ ଗୀତ କୁ ନେଇ ହେବାକୁ ଥିବା ଜି
ଜିଲ୍ଲା ସ୍ତରୀୟ ପରବ ପ୍ରତିଯୋଗୀତା ନିମନ୍ତେ ବୈଠକ


ଜୟପୁର , 19 ନଭେମ୍ବର (ହି.ସ.)ଜିଲ୍ଲା ସ୍ତରୀୟ ପରବ ନିମନ୍ତେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସା˚ସ୍କୃତିକ ପ୍ରତିଯୋଗୀତାଉଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ ଏହ ବୈଠକରେ ଡ୍ରାମା, ଚିତ୍ରକଳା ଓ ଗୀତ କୁ ନେଇ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଉପରେ ଆଲୋଚନା କରାଯାଇଥିଲା। ପ୍ରଥମେ ବ୍ଲକ ସ୍ତରରେ ଆସନ୍ତା ଡିସେମ୍ବର ୬ ତାରିଖରୁ ଚିତ୍ରକଳା ପ୍ରତିଯୋଗୀତା କରାଯିବା ପରେ ୮ ତାରିଖରେ ବିକ୍ରମଦେବ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଠାରେ ପ୍ରଦର୍ଶନୀ କରାଯିବ। ଏଥିରେ ପୁରୁଣା ବରିଷ୍ଠ କଳାକାର ମାନେ ମଧ୍ୟ ତାଙ୍କର ଚିତ୍ରକଳା ପ୍ରଦର୍ଶିତ କରିପାରିବେ। ସେମାନଙ୍କ ମଧ୍ୟରେ ପ୍ରଥମ ଦ୍ବିତୀୟ ତୃତୀୟ ଘୋଷଣା କରାଯାଇ ପୁରସ୍କାର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଟାଉନହଲ ଠାରେ ସଙ୍ଗୀତ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ୨ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରତିବ୍ଲକ ଓ ପୌରାଞ୍ଚଳର ପ୍ରତିଯୋଗୀ ମାନେ ସଙ୍ଗୀତ ପ୍ରତିଯୋଗୀତାରେ ଭାଗ ନେଇ ପାରିବେ। ଚଳିତ ବର୍ଷ ବିଚାରକ ମାନଙ୍କୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଜିଲ୍ଲା ସ୍ତରୀୟ ଡ୍ରାମା ପ୍ରତିଯୋଗୀତା ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଯଦି ଆବଶ୍ୟକ ପଡେ ତେବେ ଏହି ପ୍ରତିଯୋଗୀତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ବ୍ଲକ ସ୍ତରରୁ ଯେପରି ଅଧିକରୁ ଅଧିକ ନାଟ୍ୟ ପ୍ରତିଯୋଗୀ ମାନେ ଭାଗ ନେବେ ସେ ନେଇ ଉପଜିଲ୍ଲ୍ଲାପାଳ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚ୍ଚୀ ଜେନା ଓ ଜିଲ୍ଲା ପ୍ଲାନି˚ ଅଧିକାରୀ ତଥା ଜିଲ୍ଲା ସ˚ସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ ସହରର ବିଭିନ୍ନ ସ˚ସ୍କୃତିକ ପ୍ରେମୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande