ନାବାଳିକା ଅପହରଣ ଓ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ
Pocso Court Judgment News from phulbani
ନାବାଳିକା ଅପହରଣ ଓ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ


କନ୍ଧମାଳ, ୧୯ ନଭେମ୍ବର(ହି.ସ.) – ଫୁଲବାଣୀ ଫାଷ୍ଟ୍ ଟ୍ରାକ୍‌ପୋକ୍ସୋ କୋର୍ଟର ବିଚାରପତି ମନୋରଞ୍ଜନ ଦାଶ ଆଜି ଏକ ନାବାଳିକା ଅପହରଣ ଓ ଅସଦାଚରଣ ମାମଲାର ସାଖି ଓ ପିଡିତ।।ଙ୍କ ବୟାନ ଆଧାରରେ ବିଚାର କରି ମାମଲାର ଅଭିଯୁକ୍ତ, ଶିବରାମ ପ୍ରଧାନକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୮ ହଜାର ଟଙ୍କା ଜୋରିମାନା ଦଣ୍ଡା ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ୍ କୋର୍ଟର ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲାକୁ ପରିଚାଳନା କରୁଥିଲେ।

ସୂଚନା ଅନୁଯାୟୀ ଗତ ୨୦୨୫ ମସିହା ଅପ୍ରେଲ ମାସ ୧୮ ତାରିଖରେ ପିଡୀତାଙ୍କ ପରିବାର ପକ୍ଷରୁ ଘୁ. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନାଧିକାରୀ ଏକ ମାମଲା ୭୧। ୨୦୨୫ ରଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ବିଚାରପତି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ପିଡୀତାକୁ କ୍ଷତିପୂରଣ ବାବଦକୁ ଏକ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande