
ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ କୃଷକ ନିଧି ସମ୍ମାନ (ପିଏମ କିଷାନ) ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟ ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ କେନ୍ଦ୍ର ସରକାର ଫେବୃଆରୀ ୨୦୧୯ ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ I ଏହି ଯୋଜନା ମାଧ୍ୟମରେ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି କିଣିବା ତଥା ସେମାନଙ୍କର ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଯୋଗ୍ୟ କୃଷକମାନଙ୍କୁ ସମାନ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ସମ୍ବଲପୁର ଜିଲ୍ଲାର ମୋଟ୍ ୫୯ ହଜାର ୩୬୯ରୁ ଉର୍ଦ୍ଧ କୃଷକ, ଯେଉଁମାନେ ଇ କେଓ୍ବାସି ଜମିଜମାର ବିବରଣୀ, ଆଧାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି ଯୋଜନାର ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି, ସେହି ପିଏମ କିଷାନ ଯୋଗ୍ୟ ହିତାଧିକାରୀ ପ୍ରତି କିସ୍ତି ୨,୦୦୦ ଭାବେ ମୋଟ ୧୧.୮୮ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଅଛି । ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଛି ଏବଂ ସ୍ୱଚ୍ଛତା ବଜାୟ ରହୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ