ପୁଣି କମାଲ ଦେଖାଇଲେ ସମ୍ବଲପୁର ଭିସୁଟ ଛାତ୍ରଛାତ୍ରୀ
ପୁଣି କମାଲ ଦେଖାଇଲେ ସମ୍ବଲପୁର ଭିସୁଟ ଛାତ୍ରଛାତ୍ରୀ
ପୁଣି କମାଲ ଦେଖାଇଲେ ସମ୍ବଲପୁର ଭିସୁଟ ଛାତ୍ରଛାତ୍ରୀ


ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ) ର ଛାତ୍ରଛାତ୍ରୀ ମାନେ ଇଭି ରେସିଂ ଫର୍ମୁଲା କାର ତିଆରି କରି ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। କୋଇମ୍ବାଟୁର ଠାରେ ଜନସନ ବୈଷୟିକ ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ଏହି ଫର୍ମୁଲା ଇମ୍ପେରିଆଲ୍ ୨୦୨୫ ରେ ଭିସୁଟ ରଟିମ୍ ବୀର ରେସର୍ସ ଇଲେକ୍ଟ୍ରିକ୍ ବୈଦ୍ୟୁତିକ ଯାନ(ଇଭି) ଶ୍ରେଣୀରେ ଏହି ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ଏନଆଇଟି, ଆଇଆଇଟି ଭଳି ବୈୟିକ ଶିକ୍ଷାନୁଷ୍ଠାନ ରୁ ୨୮ ଟି ଟିମ୍ ଭାଗ ନେଇଥିଲେ। ତନ୍ମଧ୍ୟରୁ ୧୬ ଟି ଟିମ ଇଭି ବର୍ଗରେ ପ୍ରତିଯୋଗିତା କରିଥିଲେ। ଓଡିଶାର ଏକମାତ୍ର ଟିମ୍ ଭାବରେ ଭିସୁଟ ର ବୀର ରେସର୍ସ ଇଲେକ୍ଟ୍ରିକ୍ ଏହି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇ ଓଡିଶା କୁ ଗର୍ବିତ କରିଛନ୍ତି l ତେବେ ଏହି ଇଭି ଫର୍ମୁଲା ରେସିଂ କାରକୁ ଭିସୁଟ ର ଛାତ୍ରଛାତ୍ରୀ ମାନେ ଦିନ ରାତି ପରିଶ୍ରମ କରି ତିଆରି କରିଛନ୍ତି। ନିଜ ପାଠ ପଢ଼ାରୁ ସମୟ ବାହାର କରି ଏହି କାର କୁ ଭିସୁଟ ର ୬୦ ଜଣିଆ ଛାତ୍ରଛାତ୍ରୀ ଦଳ ନିଜ ବୁଦ୍ଧି ଓ କୌଶଳ ବଳରେ ଇଭି ପାଇଁ ତିଆରି କରିଛନ୍ତି। ଏହି ଇଭି କାର ଟି ଘଣ୍ଟାପ୍ରତି ୮୦ କିଲୋ ମିଟର ବେଗରେ ଚାଲିପାରୁଛି l ଏଥିରେ ୭୨ ଭୋଲ୍ଟ ବ୍ୟାଟେରୀ ବ୍ୟବହାର ହୋଇଥିବା ଏହାର ସ୍ପିଡ ଘଣ୍ଟା ପ୍ରତି ୧୨୦ କିମି ଗତି ନେଇପାରିବ। ଖାସ କରି ଛାତ୍ରଛାତ୍ରୀ ମାନେ ଏହାକୁ୍ ନିଜେ ତିଆରି କରିଥିବା ବେଳେ ଏଥିରେ ଲାଗିଥିବା ଯନ୍ତ୍ରାଂଶ ମଧ୍ୟ ନିଜେ ଡିଜାଇନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande