
କୋରାଇ, ୧୯ ନଭେମ୍ବର(ହି.ସ.) – ପାଣିକୋଇଲି ପଂଚାୟତର ପୂର୍ବତନ ସରପଂଚ ତଥା ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିବା ସ୍ୱର୍ଗତ ବିଷ୍ଣୁ ଚରଣ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଶ୍ରୀ ରାଉତ ସ୍ଥାନୀୟ ଅଂଚଳର ଜଣେ ସୁନାମଧନ୍ୟ ବ୍ୟକ୍ତି ଥିବାବେଳେ ଗତ ବର୍ଷ ନଭେମ୍ବର ମାସ ୧୧ ତାରିଖ ଦିନ ତାଙ୍କର ହୃଦଘାତରେ ପରଲୋକ ହୋଇଥିଲା। ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, କୋରାଇ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରୀତିିରଞ୍ଜନ ଘଡ଼ାଇ ସମେତ ବରିଷ୍ଠ ବିଜେପି ନେତା ପିନକୀ ରଂଜନ ଦାସ, ଯୁବନେତା ପ୍ରୀତିରଞ୍ଜନ ସାହୁ, କଳ୍ପତରୁ ମହାପାତ୍ର, ପୂର୍ବତନ ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟମଣୀ ପଣ୍ଡା, ଅଦୈତ୍ୟ ଚରଣ ଦାଶ, ବଳରାମ ସାହୁ, ଜୟନ୍ତୀ ସାହୁ, ଦିପ୍ତୀମୟୀ କୁଅଁର, ଧନେଶ୍ୱର ବାରିକ, କାର୍ତିକ ଚନ୍ଦ୍ର ମଲ୍ଲିକ, ନିମାଇଁ ମଲ୍ଲିକ, ଶିକ୍ଷାବିତ ବନୋଜ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତି ଉନ୍ମୋଚନ ସହିତ ବିଷ୍ଣୁଚରଣ ରାଉତ ଫାଉଣ୍ଡେସନକୁ ଉନ୍ମୋଚନ କରିଥିଲେ। ଫାଉଣ୍ଡେସନ ତରଫରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପାଣିକୋଇଲି ବଜାର ଉପରେ ଚାରି ଗୋଟି ଶେଷ ପରିଚୟର ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ଦୁଇ ଗୋଟି ସିମେଂଟ ଚେୟାର ପ୍ରଦାନ କରାଯାଇଥିଲା। ପାଣିକୋଇଲି ପଂଚାୟତର ପୂର୍ବତନ ସମିତି ସଭ୍ୟ ଶେଖ ଜହର ଅଲ୍ଲୀଙ୍କ ସଂଚାଳନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଧାୟକ ଓ ସାଂସଦଙ୍କ ସମେତ କୋରାଇର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଗତ ରାଉତଙ୍କ ସାନଭାଇ ନିରଞ୍ଜନ, ସୁଦର୍ଶନ, ଶତୃଘ୍ନ ପୁତ୍ର ଦୀପକ, ଦିଲ୍ଲିପ, ଅଜିତ, ଅନୀଲ, ସୁନୀଲ, ବିଭୂତି, ବିନୟ, ସୁରେଶ, ରାକେଶ ଓ ସାଇପ୍ରକାଶ ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି