ପୁସ୍ତକ ସପ୍ତାହ ପାଳନ
ସମ୍ବଲପୁର, ୧୯ ନଭେମ୍ବର(ହି.ସ.) – ଓଡିଶା ସାଂସ୍କୃତିକ ସମାଜ ର ପାଠାଗାର ସମିତି ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଗୃହଠାରେ ପୁସ୍ତକ ସପ୍ତାହ ପାଳନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡ.ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ବ
ପୁସ୍ତକ ସପ୍ତାହ ପାଳନ


ସମ୍ବଲପୁର, ୧୯ ନଭେମ୍ବର(ହି.ସ.) – ଓଡିଶା ସାଂସ୍କୃତିକ ସମାଜ ର ପାଠାଗାର ସମିତି ତରଫରୁ ନିଜସ୍ୱ କାର୍ଯ୍ୟାଳୟ ଗୃହଠାରେ ପୁସ୍ତକ ସପ୍ତାହ ପାଳନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡ.ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଅଖିଲ ବିଶ୍ୱାଳ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତା ଶ୍ରୀ ବିଶ୍ୱାଳ ନିଜର ବକ୍ତବ୍ୟରେ କହିଲେ ଜ୍ଞାନୀ ଲୋକମାନଙ୍କ ଶକ୍ତି ହେଉଛି ପୁସ୍ତକ କ୍ଷ ଦୁଷ୍ଟ ପ୍ରକୃତିର ଲୋକମାନେ ପୁସ୍ତକକୁ ଧ୍ୱଂସ କରିଦେଇ ସତ୍ୟକୁ ଲୁଚେଇ ଦେବାକୁ ଚେଷ୍ଟା କରୁଥିଲାବେଳେ ବିଜ୍ଞ ଜନଙ୍କୁ ପୁସ୍ତକ ରାସ୍ତା ଦେଖାଇବାରେ ସହଯୋଗ କରିଥାଏ। ଏ ସଂସାର ବିକାଶ, ପରିବର୍ତନ ଦିଗରେ ପୁସ୍ତକର ମହତ୍ୱପୂର୍ଣ୍ଣ ଭୂମିକା ରହିଛି କ୍ଷ ଶୂନ୍ୟରୁ ପୂର୍ଣ୍ଣତା ଆଡ଼କୁ ନେଇଯାଇ ସମାଜକୁ ଦିଗ୍ଦର୍ଶନ କରିଥାଏ ପୁସ୍ତକ। ଯେତେ ବୈଷୟିକ ପରିବର୍ତନ ହେଲେ ସୁଦ୍ଧା ପୁସ୍ତକର ଗୁରୁତ୍ୱ କଦାପି ହ୍ରାସ ପାଇବ ନାହିିଁ ମୁଖ୍ୟ ଅତିଥି ନିଜର ଭାଷଣରେ କହିଲେ ବହି ସହୟତା ଦ୍ୱାରା ଜଣେ ଅତି ନିମ୍ନ ସ୍ତରରୁ ଉର୍ଦ୍ଧ୍ୱ ସ୍ତରକୁ ପହଂଚିପାରେ। ପାଠାଗାର ସମିତି ଆବାହକ ଡ଼. ସତ୍ୟ ନାରାୟଣ ଠାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବେଳେ ତଫିଜୁଲ ହୁସେନ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଦ୍ୱିତୀୟ ପର୍ଯ୍ୟକ୍ଷୟରେ କ୍ୱି କ୍ଷେତ୍ରମଣୀ ବିଭାରଙ୍କ ସଂଯୋଜନାରେ ସମ୍ବଲପୁରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ କ୍ୱି ସନ୍ତୋଷିଣୀ ବାବୁ, ଅନୁପମା ବିଶ୍ୱାଳ, ମମତା ନାଥ, ଅଳକା ମହାପାତ୍ର, ସବିତା ମିଶ୍ର ମୁକ୍ତାକଣ୍ଠ ପ୍ରଧାନ, ସୂର୍ଯ୍ୟ ପାଣିଗ୍ରାହୀ, ପୁଟୁଲ ସୁପ୍ରିୟା ଦାସ, ପ୍ରଭଞ୍ଜନ ପୁରୋହିତ, ପଙ୍କଜିନୀ ନାୟକ, ସନାତନ କଟକ୍ଷ, କମଳ ଲୋଚନ ପଣ୍ଡା, ଆଭାସ ପଣ୍ଡା, ପ୍ରଦୀପ ଯୋଶୀ, ଲଳିତ ମୋହନ ବେବର୍ତା, ଜୟକୃଷ୍ଣ ବେହେରା, ତଫିଜୁଲ ହୁସେନ୍ ପ୍ରମୁଖ କବିତା ପାଠ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande