ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳିତ
ଜୟପୁର , 19 ନଭେମ୍ବର (ହି.ସ.)ଆଜି ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ ର ସଭାପତି ଜ୍ୟୋତିରଞ୍ଜନ ପାଣଗ୍ରାହୀଙ୍କ ଆହ୍ବାନ କ୍ରମେ ଝାନ୍ସୀ ରାଣୀ ଙ୍କ 197 ବର୍ଷ ଜନ୍ମ ଜୟନ୍ତୀ ପାଳନ କରିଛି।ଏହି ଦି
ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳିତ


ଜୟପୁର , 19 ନଭେମ୍ବର (ହି.ସ.)ଆଜି ରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟ ର ସଭାପତି ଜ୍ୟୋତିରଞ୍ଜନ ପାଣଗ୍ରାହୀଙ୍କ ଆହ୍ବାନ କ୍ରମେ ଝାନ୍ସୀ ରାଣୀ ଙ୍କ 197 ବର୍ଷ ଜନ୍ମ ଜୟନ୍ତୀ ପାଳନ କରିଛି।ଏହି ଦିବସ ରେ ଯେଉଁ ବୀରାଙ୍ଗନା ଅସ୍ତ ଧରି ଘୋଡ଼ା ଉପରେ ଝାନ୍ସୀର ରକ୍ଷା କରିଥିଲେ, ଯାହାଙ୍କ ସାହସ ଓ ଦେଶପ୍ରେମ ଆଜି ବି ଆମକୁ ଉଜ୍ଜୀବିତ କରେ, ସେହି ମହାନ ଯୋଦ୍ଧା ରାଣୀ ଲକ୍ଷ୍ମୀବାଇଙ୍କର ଜୀବନୀ ଉପରେ ଭାଷଣ ପ୍ରତିଯୋଗିତା ଆୟୋଜିତ ହେଇଥିଲା।ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ଏବଂ ପିଜି କାଉନସିଲ ର ଚେୟାରମେନ ଡ. ପ୍ରଶାନ୍ତ କୁ. ପାତ୍ର ମହୋଦୟ ଯୋଗଦାନ କରିଥିଲେ।ମୁଖ୍ୟ ବକ୍ତା ରୂପେ ଓଡ଼ିଆ ବିଭାଗ ର ପ୍ରଫେସର୍ ସୁକାନ୍ତି ସଏ ଏବଂ ହିନ୍ଦୁ ସମାଜ ର ସଭାପତି ତଥା ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ ବିଚାରକ ମଣ୍ଡଳୀ ଭାବେ ନିଜ ବକ୍ତବ୍ୟ ରଖି ପ୍ରତିଯୋଗିତା କାର୍ଯକ୍ରମ ପ୍ରାରମ୍ଭ କରିଥିଲେ

30 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନିଜ ଭାଷଣ ପରିବେଷଣ କରିଥିଲେ। ଛାତ୍ର ମାନଙ୍କ ମଧ୍ୟ ରୁ 3 ଜଣ ଯଥାକ୍ରମେ ଆଶିଷ ମହାପାତ୍ର ୧ମ ସ୍ଥାନ,ରତିକାନ୍ତ ପ୍ରଧାନ ୨ୟ ସ୍ଥାନ ଏବଂ ରାହୁଲ ବାଘ 3ୟ ସ୍ଥାନ ଏବଂ ଛାତ୍ରୀ ମାନଙ୍କ ମଧ୍ୟ ରୁ 3 ଜଣ ଯଥାକ୍ରମେ ମାନସୀ ରାଣୀ ମହାନ୍ତି ୧ମ ସ୍ଥାନ, ଚମ୍ପାମଣୀ ଭତ୍ରା ୨ୟ ସ୍ଥାନ ଏବଂ ଜ୍ୟୋତିର୍ମାଳା ମିଶ୍ର ୩ୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଥିଲେ । ଏଥିରେ ସହଯୋଗ କରିଥିଲେ ଲୋକେଶ ପ୍ରଧାନ ସାର୍,ସମ୍ପାଦକ ମନୋଜ ସାହୁ, ଶୁଭମ୍ ନାୟକ,ଜଗନ୍ନାଥ ଖରା,ଟି. ପ୍ରତୀକ,ଦୀପକ ଦୋରା,ସତ୍ୟଞ୍ଜୟ ବିଷୋୟୀ,ରିଙ୍କି ହରିଜନ,ମଧୁସ୍ମିତା ପ୍ରଧାନ,ପୀୟୂଷ ବେହେରା,ପ୍ରଥମ ପୂଜାରୀ,ପର୍ଶୁରାମ ଗୋଲାରି,ଜଗଦୀଶ ଦୋରା,ଘାସିରାମ ହିଆଲ, ଏସ୍.କୌଶିକ ରାଓ ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande