ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋ-ସେବା ବାବାଙ୍କ ମୃତ୍ୟୁ
ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡକ ଦୁର୍ଘଟଣାରେ ଜଣେ ବାବାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ରେଢ଼ାଖୋଲ ଥାନା ବୈଷ୍ଣବ ଝୁଲୀ କ୍ରିୟା ଯୋଗ ଆଶ୍ରମର ଗୋଶାଳାରେ ଗୋ-ସେ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋ-ସେବା  ବାବାଙ୍କ ମୃତ୍ୟୁ


ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡକ ଦୁର୍ଘଟଣାରେ ଜଣେ ବାବାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ରେଢ଼ାଖୋଲ ଥାନା ବୈଷ୍ଣବ ଝୁଲୀ କ୍ରିୟା ଯୋଗ ଆଶ୍ରମର ଗୋଶାଳାରେ ଗୋ-ସେବା କରୁଥିବା ବାବା ରଜନୀ କାନ୍ତ ନାଏକ ବୋଲି ଜଣାପଡିଛି। ସୂଚନାନୁଯାୟୀ ରେଢ଼ାଖୋଲ ସହର ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ଗତ କିଛି ଦିନ ଧରି ମାତ୍ରାଧିକ ବ୍ୟସ୍ତବହୁଳ ହୋଇପଡିଛି। କିଛି ଦିନ ହେବ ସହର ମଧ୍ୟ ଦେଇ ବେପରୁଆ ଭାବେ ସମ୍ପୂର୍ଣ ସରକାରୀ ଆଇନକୁ ଉଲ୍ଲଙ୍ଘନ କରି ଶହ ଶହ ଭାରୀ ଯାନ ବିଷାକ୍ତ ପାଉଁଶ ପରିବହନ କରୁଛନ୍ତି। ଏପରିକି ଗାଡି ଗୁଡିକ ପରିବହନ ସମୟରେ ମାତ୍ରାଧିକ ବେଗରେ ଯିବା ସହ କୌଣସି ସୁରକ୍ଷିତ ବ୍ଯବସ୍ଥା କରୁନଥିବା ଯୋଗୁଁ ରାସ୍ତା ସାରା ପାଉଁଶ ଗୁଣ୍ଡ ଉଡି ପଡିବା ସହ ଏକ ଅସ୍ୱାସ୍ଥ୍ୟ କର ପରିସ୍ଥିତି ସୃଷ୍ଟି କରାଇ ଆସୁଛି । ଏହି ସମସ୍ୟାକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ତରଫରୁ ରାସ୍ତାରୋକ ଶହ ଆନ୍ଦୋଳନ ମଧ୍ୟ କରାଯାଇ ଆସିଛି। ଆଜିର ଦୁର୍ଘଟଣା ପରେ ସହର ମଧ୍ୟ ଦେଇ ପାଉଁଶ ପରିବହନକୁ ବନ୍ଦ କରିବା ଦାବିରେ ଦୁର୍ଘଟଣା ସ୍ଥଳରେ ରାସ୍ତାରୋକ କରାଯାଇଛି।

--------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande