
ଜୟପୁର, 19 ନଭେମ୍ବର (ହି.ସ.) ଜୟପୁର ଗାନ୍ଧୀ ଛକ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ଅବସରରେ ଜିଲା ସ୍ତରିୟ ସମବାୟ ଉତ୍ସବ ପାଳିତ ହୋଇଛି । ଉପନିବଦ୍ଧକ ସମବାୟ ସମିତି ସମୁହ କୋରାପୁଟ ବିଭାଜନ ଜୟପୁର ତରଫରୁ ଆୟୋଜିତ କାଯ୍ୟକ୍ରମରେ ଏଠାରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତି ସମୁହ ଜୟପୁର ମଣ୍ଡଳର ସହକାରି ମହା ସମିକ୍ଷକ କୈଳାସ ଚନ୍ଦ୍ର ଜାନୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ କୃଷି ଅଧିକାରି ଲଲାଟେନ୍ଦିୁ ମହାପାତ୍ର, କେସିସି ବ୍ୟାଙ୍କ ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ, ଡିଆରସିଏସ ମୋନିକା ରାୟ ଉପସ୍ଥିତ ଥିଲେ । ଆତ୍ମ ନିର୍ଭର ଭାରତ ପାଇ ସମବାୟ ଏକ ମାଧ୍ୟମ ଉପରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବ ରେ ଜିଲା ସ୍ତରିୟ ବିଭିନ୍ନ ସମବାୟ ସମିତିର ସଭ୍ୟ ସଭ୍ୟା, କମିଟିର ସଦସ୍ୟ ସଦସ୍ୟା, ସମବାୟ ବିତ ମାନେ ଉପସ୍ଥିତ ଥିଲେ । ଗତ ଦିନରେ ହୋଇଥିବା ରଚନା ଓ ପ୍ରବନ୍ଧ, ତିତ୍ରଙ୍କନ ପ୍ରତିଯୋଗିତାରେ ଭାବ ନେଇ କୃତିତ୍ୱ ହସଲ କରିଥିବା ପ୍ରତିଯୋଗିଙ୍କୁ ଏଠାରେ ପୁରୁସ୍କୁତ କରାଯାଇଥିଲା । ଜିଲା ବିଭିନ୍ନ ଅଗ୍ରଣି ସମବାୟ ସମିତି ମାନଙ୍କୁ ନିଜର ସମବାୟ ପ୍ରତି ଅବଦାନ ଥିବା ସମିତି କୁ ପୁରସ୍କୁତ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି