ଶେରଗଡ଼ରେ ବ୍ଳକସ୍ତରୀୟ ବିଜ୍ଞାନମେଳା
ଗଂଜାମ, 19 ନଭେମ୍ବର (ହି.ସ.) ଶେରଗଡ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ମହାତ୍ମା ଗାନ୍ଧୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ମୋଟ 165 ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରଦର୍ଶିତ କରାଯାଇଛି । ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳ
ଶେରଗଡ଼ରେ ବ୍ଳକସ୍ତରୀୟ ବିଜ୍ଞାନମେଳା


ଗଂଜାମ, 19 ନଭେମ୍ବର (ହି.ସ.)

ଶେରଗଡ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ମହାତ୍ମା ଗାନ୍ଧୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ମୋଟ 165 ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରଦର୍ଶିତ କରାଯାଇଛି । ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାାଟନ କରିଛନ୍ତି ।ଅଧ୍ୟାପକ ଶିଶିରକାନ୍ତ ତ୍ରପାଠୀ ଓ ଅଧ୍ୟାପିକା ଗୀତାଂଜଳୀ ସ୍ୱାଇଁ ବିଚାରକ ଭାବେ ଯୋଗଦେଇଥିଲେ । 10ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ମେଳାରେ ସ୍ଥାନିତ କରିବାକୁ ମନୋନୀତ କରାଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପର ପ୍ରସ୍ତୁତକର୍ତ୍ତା ଉପସ୍ଥାପକଙ୍କୁ ବିଡିଓ ତୃପ୍ତିମୟୀ ଜେନା, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ, ଏବିଡିଓ ଶୌରେନ୍ଦ୍ରୀ ଦଳାଇ,ଦିବାକର ଗମାଗଂ, ଓ ଶିକ୍ଷକ ସଂଘ ସଭାପତି ଇନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande