ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼ର ଶିଶୁବାଟିକା ବିଭାଗର ୩୯ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫
କେନ୍ଦୁଝର, 19 ନଭେମ୍ବର (ହି.ସ.) ସ୍ଥାନୀୟ ଜେଲରୋଡ଼ସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ର ଶିଶୁବାଟିକା ବିଭାଗର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଭକ୍ତ କ୍ରୀଡ଼ାର ଉଦ୍‌ଘାଟକ ଭାବରେ ପରିଚାଳନା ସମିତିର ସଦସ୍ୟା ଦୁଲାରୀ କିସ୍କୁ
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ଼ର ଶିଶୁବାଟିକା ବିଭାଗର ୩୯ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫


କେନ୍ଦୁଝର, 19 ନଭେମ୍ବର (ହି.ସ.) ସ୍ଥାନୀୟ ଜେଲରୋଡ଼ସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ର ଶିଶୁବାଟିକା ବିଭାଗର ୩୯ ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଭକ୍ତ କ୍ରୀଡ଼ାର ଉଦ୍‌ଘାଟକ ଭାବରେ ପରିଚାଳନା ସମିତିର ସଦସ୍ୟା ଦୁଲାରୀ କିସ୍କୁ ଯୋଗ ଦେଇ ଶିଶୁର ଶାରୀରିକ ବିକାଶରେ କ୍ରୀଡ଼ାର ମହତ୍ତ୍ବ ବିଷୟରେ କହିଥିଲେ । ପ୍ରାତଃ ଅଧୂବେଶନ ପ୍ରମୁଖ ଲମ୍ବୋଦର ମହାନ୍ତି ଉପସ୍ଥିତ ଥିଲେ । କ୍ରୀଡ଼ା ସମାରୋପ ଉତ୍ସବରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କର ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର ମୁଖ୍ୟ ଅତିଥ୍‌ ଭାବରେ ଯୋଗ ଦେଇ କାହାଣୀ ମାଧ୍ଯମରେ କ୍ରୀଡ଼ାର ଉପାଦେୟତା ବିଷୟରେ ନିଜ ବଜ୍ରବ୍ୟରେ ପ୍ରକାଶ କରିଥିଲେ । କେନ୍ଦୁଝର ବିଭାଗ ପ୍ରମୁଖ ଜ୍ଞାନରଂଜନ ପାଢୀ ଉପସ୍ଥିତ ଥୂଲେ। ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁବାଟିକା ବିଭାଗର ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ମୋଟ ୨୭୦ ଜଣ ଶିଶୁ ଗରମ ଆଳୁ, କୌତୁକ ଦୌଡ଼, ଆଳୁ ଚାମଚ, ସଂଗ୍ରହ ଦୌଡ଼, ଆକୃତି ଦୌଡ଼, ବଲ ଦୌଡ଼, ସନ୍ତୁଳନ ଓ ସଙ୍ଗୀତ ଚୌକି ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ଭକ୍ତି ଖେଳରେ ଭାଗନେଇଥିବା ସମସ୍ତ ଶିଶୁ ଭାଇଭଉଣୀଙ୍କୁ ଅତିଥ୍‌ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିଶୁବାଟିକା ପ୍ରମୁଖ ପ୍ରଦୀପ କୁମାର ଦାସ, ଆଚାର୍ଯ୍ୟ ବିରଞ୍ଚି ନାରାୟଣ ମହାନ୍ତି, ଆଚାର୍ଯ୍ୟା ମନସ୍ବିନୀ ଦାଶ, ସୁଜାତାରାଣୀ ମିଶ୍ର, ଜ୍ୟୋତିରାଣୀ ପଣ୍ଡା, ଆରତୀ ସାହୁ, ପାର୍ବତୀ ସାହୁ, ମୌସୁମୀ ରାଉତରାୟ, ଗାୟତ୍ରୀ ମହାନ୍ତି ଓ ଲକ୍ଷ୍ମୀପ୍ରିୟା ଉତ୍କ୍ର କ୍ରୀଡାକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande