ଦ୍ୱିତୀୟ ପର୍ଯ୍ୟାୟ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ଜୟପୁର , 19 ନଭେମ୍ବର (ହି.ସ.)- ଜୟପୁର ଶାରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହିଳା ମାନଙ୍କ ମଧ୍ୟରେ ଥିବା ସୃଜନ ଶକ୍ତିକୁ ଜାଗ୍ରତ କରି ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବାର ସ୍ଵପ୍ନକୁ ସଫଳ କରିବା ପାଇଁ ମହିଳା ମାନଙ୍କୁ ଏକତ୍ରିତ କରି ସପ୍ତଶକ୍ତି ସଙ୍ଗମ ଅନୁଷ୍ଠିତ ହୋଇଥିଲା । ଏ
ଦ୍ୱିତୀୟ ପର୍ଯ୍ୟାୟ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ


ଜୟପୁର , 19 ନଭେମ୍ବର (ହି.ସ.)- ଜୟପୁର ଶାରଦା ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହିଳା ମାନଙ୍କ ମଧ୍ୟରେ ଥିବା ସୃଜନ ଶକ୍ତିକୁ ଜାଗ୍ରତ କରି ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବାର ସ୍ଵପ୍ନକୁ ସଫଳ କରିବା ପାଇଁ ମହିଳା ମାନଙ୍କୁ ଏକତ୍ରିତ କରି ସପ୍ତଶକ୍ତି ସଙ୍ଗମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆମର ସଭାପତି ଦାୟିତ୍ୱରେ ଆମ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଦୁଇଜଣ ମାତୃ ଯୌଥ ପରିବାର ଗଠନରେ ଦୃଷ୍ଟାନ୍ତ ସାଜିଥିବା ଶ୍ରୀମତୀ ଗୀତାରାଣୀ ସାମନ୍ତରାୟ ଓ ଶ୍ରୀମତୀ ଜୟନ୍ତୀ ସେନାପତିଙ୍କୁ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏଥିରେ ମୁଖ୍ୟ ବକ୍ତା ଶ୍ରୀମତୀ ସୁକାନ୍ତି ସୋଏ ଓ ମୁଖ୍ୟ ଅତିଥି ଶ୍ରୀମତୀ ପୁଷ୍କାଞ୍ଜଳି ତ୍ରିପାଠୀ ମହିଳାମାନେ ଶକ୍ତି ରୂପେ ସିଂହାସନରେ ବସି ସମଗ୍ର ଜାତିର କଲ୍ୟାଣ କରି ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରିବା ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ N.ସୁଜାତା ସପ୍ତ ଶକ୍ତି ସଂଗମ ର ଉର୍ଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇବା ସହ କୁଇଜ୍ , ପ୍ରେରଣାଦାୟକ ମହିଳାଙ୍କ ବାର୍ତ୍ତା , ସଭାପତିଙ୍କ ଅଭିଭାଷଣ ମାତୃଭାରତୀର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ଦାଶ ଅନୁଭୂତି କଥନ କରିବା ସହ ମାତୃ ଭାରତୀର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ପରିଶେଷରେ ଧନ୍ୟବାଦ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀ ମହୋଦୟଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ସମସ୍ତ ଗୁରୁମା ଓ ମାତୃଭାରତୀ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande