
ବାରିପଦା, 19 ନଭେମ୍ବର (ହି.ସ.) - ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବ ମଣ୍ଡଳ ଭାବେ ପ୍ରସିଦ୍ଧ ଲାଭ କରିଥିବା ଶିମିଳିପାଳ ଅଭୟାରଣ୍ୟରେ କଳା ବାଘ( ମିଲନେଷ୍ଟିକ ଟାଇଗାର)ଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି। ଏକ ଝରଣା ଭିତରେ କଳା ବାଘ ଛୁଆ ବିଚରଣ କରୁଥିବା ଫଟୋ ସମ୍ମୁଖକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟରେ କଳାବାଘର ଉପସ୍ଥିତି ନେଇ ଶିମିଳିପାଳର ବନ୍ୟଜନ୍ତୁ ମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ ଲାଗିଥିବା କ୍ୟାମେରା ଜରିଆରେ ଉକ୍ତ ଫଟୋ କଏଦ ହୋଇଛି। ଯାହାକି ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲର ସୋସିଆଲ ମିଡିଆ ପେଜରେ ପୋଷ୍ଟ ହୋଇଥିବା ବେଳେ ବିପୁଳ ସେୟାର ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ଏକ ମିଲନେଷ୍ଟିକ ପ୍ରଜାତିର କଳା ବାଘ ବିଚରଣ କରୁଥିବାର ଫଟୋ କଏଦ ହୋଇଛି। ଯାହାକି କଳା ବାଘଙ୍କ ଉପସ୍ଥିତ ସହ ତାଙ୍କ ପରିବାର ବୃଦ୍ଧିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିରଳ ମିଲନେଷ୍ଟକ ପ୍ରଜାତିର କଳାବାଘ ଅଟେ। ଯେଉଁ ଚିତ୍ର ଅତ୍ୟନ୍ତ ମନୋରମ ରହିଛି। ଏହାକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। କିଛି ଦିନ ପୂର୍ବେ ଉକ୍ତ ଦୁଇ ବାଘ ଛୁଆ ଖେଳୁଥିବାର ଭିଡ଼ିଓ ପିସିସିଏଫ ସେୟାର କରିଥିଲେ। ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ପରେ କାଠ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବା ପାଇଁ ଯୁଗ୍ମ ଟାସ୍କଫୋର୍ସ ସଶସ୍ତ୍ର ବାହିନୀ ନିୟୋଜିତ ରହି ପେଟ୍ରୋଲିଂ କରୁଛନ୍ତି। ଯାହା ଫଳରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ମାନେ ସୁରକ୍ଷିତ ଭାବେ ବିଚରଣ କରୁଥିବାର ବିରଳ ଦୃଶ୍ୟ ସମ୍ମୁଖକୁ ଆସିଛି। ସମଗ୍ର ଭାରତର ଏହି ପ୍ରଜାତିର କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ସଂସଦରେ ତଥ୍ୟ ଉପସ୍ଥାପନ କରିଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ଏକ ଉପଯୁକ୍ତ ସ୍ଥାନ ବୋଲି ପୂର୍ବରୁ ଏନଟିସିଏ ଘୋଷଣା କରିସାରିଛି। କଳାବାଘ ପାଇଁ ଶିମିଳିପାଳ ଅଭୟାରଣ୍ୟ ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଥିବା ବେଳେ ଏହାର ବଂଶବୃଦ୍ଧି ଓ ସୁରକ୍ଷାକୁ ନେଇ ଅଧିକରୁ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ