ପେକ୍ସ କର୍ମଚାରୀଙ୍କ ଆତ୍ମହତ୍ୟା
ମୁଖୀଗୁଡା,୧୯ ନଭେମ୍ବର(ହି. ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବନମାଳୀପୁରର ବିମ୍ବା ମାଝୀ(୩୬)ଙ୍କ ଗତ ରାତିରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।ଗତ କାଲି ସେ ବିଷ ପିଇ ଦେଇଥିବା ନିଜ ପଡିବାର ଲୋକଙ୍କୁ କହିଥିଲେ ହେଲେ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।ଅବସ୍ଥା
ପେକ୍ସ କର୍ମଚାରୀଙ୍କ ଆତ୍ମହତ୍ୟା


ମୁଖୀଗୁଡା,୧୯ ନଭେମ୍ବର(ହି. ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବନମାଳୀପୁରର ବିମ୍ବା ମାଝୀ(୩୬)ଙ୍କ ଗତ ରାତିରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି ।ଗତ କାଲି ସେ ବିଷ ପିଇ ଦେଇଥିବା ନିଜ ପଡିବାର ଲୋକଙ୍କୁ କହିଥିଲେ ହେଲେ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପାଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ମୃତ ବିମ୍ବା ବାନେର ପେସ୍କରେ ଦୀର୍ଘ ୧୨ ବର୍ଷ ହେଲା କାର୍ଯ୍ୟ କରୁଥିଲେ ।କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।ଗତ ଦୁଇ ବର୍ଷ ତଳେ ସେ ବିବାହ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande