
*ବୋଏରଗାଁ ପଞ୍ଚାୟତ ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ଠପ୍, ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର, ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀ*
ନୂଆପଡ଼ା, 19 ନଭେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ବୋଏରଗାଁ ରେ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇଯାଇଛି। ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ମୟ ହୋଇଥିବା ବେଳେ ନବମ ଏବଂ ଦଶମ ଶ୍ରେଣୀ ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବୀ କରିଛନ୍ତି। ୧୯୯୧ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ରୌପ୍ୟ ଜୟନ୍ତୀ ପାଳନ କରିଛନ୍ତି। ଚଳିତ ଶିକ୍ଷା ବର୍ଷ ରେ ନବମ ଶ୍ରେଣୀ ରେ ୧୨୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବ ବେଳେ ଦଶମ ଶ୍ରେଣୀ ରେ ୮୮ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ୪ ଜଣ ଶିକ୍ଷକ ନେଇ ହାଇସ୍କୁଲ ପରିଚାଳିତ ହେଉଅଛି। ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଦକରମୟ ପାଲଟିଛି।ଜଣେ ତାଲିମ ପ୍ରାପ୍ତ ବିଜ୍ଞାନ ଶିକ୍ଷକ, ୨ ଜଣ ତାଲିମ ପ୍ରାପ୍ତ କଳା ଶିକ୍ଷକ ଏବଂ ଜଣେ ତାଲିମ୍ ପ୍ରାପ୍ତ କ୍ରୀଡା ଶିକ୍ଷକ ରହିଥିବା ବେଳେ ଶିକ୍ଷା ବ୍ୟବସ୍ଥା ରେ ଆବଶ୍ୟକ ଗଣିତ, ସାମାଜିକ ବିଜ୍ଞାନ, ଅନ୍ୟ ଶିକ୍ଷକ ନିଯୁକ୍ତି ପାଇଁ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ପ୍ରଶାସନ କୁ କହିବା ସତ୍ତ୍ୱେ ପୁରାଣ ହେବା ନାଆଁ ନେଉ ନାହାନ୍ତି। ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଗୁରିତ ଦେବାକୁ ଅନୁରୋଧ କରାଯାଇଛି। ନଚେତ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ