ବସରୁ ସାମଗ୍ରୀ ଚୋରି ଅଭିଯୋଗ ଫେରାର ଅଭିଯୁକ୍ତ ଗିରଫ
ଜୟପୁର , 19 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ସହରରକୁ ବାହାରରୁ ବିଭିନ୍ନ ବସରେ ଆସୁଥିବା ସାମଗ୍ରୀ ସ୍ଥାନୀୟ ବସଷ୍ଟାଣ୍ଡର ଖଲାସୀ ମାନେ ଓହ୍ଲାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିବା ସହ ସାମଗ୍ରୀ ଲୁଟ ଅଭିଯୋଗରେ ଦୁର୍ଦ୍ଧାନ୍ତ ଲୁଟେରା ସ୍ଥାନୀୟ ଗୋପବନ୍ଧୁ ନଗରର ଶିବ ସୁନା (୨୬) ଟାଉନ ଥାନ
ବସରୁ ସାମଗ୍ରୀ ଚୋରି ଅଭିଯୋଗ ଫେରାର ଅଭିଯୁକ୍ତ ଗିରଫ


ଜୟପୁର , 19 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ସହରରକୁ ବାହାରରୁ ବିଭିନ୍ନ ବସରେ ଆସୁଥିବା ସାମଗ୍ରୀ ସ୍ଥାନୀୟ ବସଷ୍ଟାଣ୍ଡର ଖଲାସୀ ମାନେ ଓହ୍ଲାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିବା ସହ ସାମଗ୍ରୀ ଲୁଟ ଅଭିଯୋଗରେ ଦୁର୍ଦ୍ଧାନ୍ତ ଲୁଟେରା ସ୍ଥାନୀୟ ଗୋପବନ୍ଧୁ ନଗରର ଶିବ ସୁନା (୨୬) ଟାଉନ ଥାନା ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ଗତମାସ ୨୮ ତାରିଖରେ ବ୍ରହ୍ମପୁରରୁ ଏକ ବସରେ ଆସିଥିବା ବୋଟମ ଛତୁ ପ୍ୟାକେଟ ସ୍ଥାନୀୟ ଖଲାସୀ ମାନେ ଓହ୍ଲାଉଥିବା ବେଳେ ଅଭିଯୁକ୍ତ ସେମାନଙ୍କ ଠାରୁ ଉକ୍ତ ସାମଗ୍ରୀ ପ୍ୟାକେଟ ଛଡାଇ ନେଉଥିବା ବେଳେ କିଛି ଖଲାସୀ ବିରୋଧ କରିଥିଲେ । କିନ୍ତୁ ଅଭିଯୁକ୍ତ ଏକ ମଦ ବୋତଲ ଫଟାଇ ଖଲାସୀ ମାନଙ୍କୁ ଆକ୍ରମଣ କରିଥିଲା, ଶେଷରେ ସ୍ଥାନୀୟ ବାପୁଜୀ ନଗରର ବାସିନ୍ଦା ଖଲାସୀ ହେମନ୍ତ ନାୟକଙ୍କ ହାତରେ ଉକ୍ତ ଭଙ୍ଗା ବୋତଲରେ ଆକ୍ରମଣ ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏଥିନେଇ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲେ । ଏହିପରି ଉକ୍ତ ଦିନ ଠାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଆଜି ଅଭିଯୁକ୍ତ ନିଜ ଗୃହକୁ ଆସିଥିବା ଟାଉନଥାନା ପୁଲିସ ସୂଚନା ପାଇବା ପରେ ଗୋପବନ୍ଧୁ ନଗର ଘର ଉପରେ ଚଢଉ କରିବା ସହ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଏ.କ୍ରୀଷ୍ଣା ରାଓ ଗିରଫ କରିବାରେ ସଫଳ ହୋଇଥିବା ନେଇ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande