
ବିଶ୍ବ ପାଇଖାନା ଦିବସ ପାଳିତ
ନୂଆପଡ଼ା,୧୯ ନଭେମ୍ବର (ହି.ସ.)- ନୂଆପଡା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଜି ବିଶ୍ବ ପାଇଖାନା ଦିବସ ପାଳିତ ହୋଇଯାଇଛି। ସ୍ୱଚ୍ଛ ଏବଂ ନିର୍ମାଣ ପରିବେଶ ଆରୋଗ୍ୟର ମୂଳ ମନ୍ତ୍ର ଅଟେ ବୋଲି ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରକାଶ କରିଛନ୍ତି। ବିଶେଷ କରି ବାହ୍ୟ ମଳମୁକ୍ତ ଗ୍ରାମ, ବ୍ଲକ୍, ପଞ୍ଚାୟତ ଏବଂ ଜିଲ୍ଲା ଗଠନ ହୋଇଥିବା ବେଳେ ବହୁ ସଂଖ୍ୟକ ପରିବାର ବର୍ତ୍ତମାନ ପାଇଖାନା ବ୍ୟବହାର କରୁଥିବା ଜଣାପଡିଛି। ନିଜେ ସୁସ୍ଥ ରହିବା କୁ ହେଲେ ସ୍ୱଚ୍ଛତା ଅବଲମ୍ବନ କରିବକୁ ଆହ୍ବାନ କରିଛନ୍ତି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁରଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ