ଜିରୋ ଏକ୍ସସିଦେଣ୍ଟ ସଚେତନତା ରଥ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ
ସୁବର୍ଣ୍ଣପୁର, 19 ନଭେମ୍ବର (ହି.ସ.) ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଓଡିଶା ଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଗତ ତା. ୧୬.୧୧.୨୦୨୫ ଠାରୁ ୩୦.୧୧.୨୦୨୫ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି ଏହି ଅବସରରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ ଅଧି
ଜିରୋ ଏକ୍ସସିଦେଣ୍ଟ ସଚେତନତା ରଥ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ


ଜିରୋ ଏକ୍ସସିଦେଣ୍ଟ ସଚେତନତା ରଥ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ


ସୁବର୍ଣ୍ଣପୁର, 19 ନଭେମ୍ବର (ହି.ସ.)

ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଓଡିଶା ଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଗତ ତା. ୧୬.୧୧.୨୦୨୫ ଠାରୁ ୩୦.୧୧.୨୦୨୫ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି ଏହି ଅବସରରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ ଅଧିକାରୀ ସୁବର୍ଣ୍ଣପୁର ଓ ମୋଟର ଯାନ ନିରୀକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଏକ ସଚେତନତା ରଥ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଅଛି ।

ଏହି ରଥ ୩୦.୧୧.୨୦୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକ ର ପ୍ରତ୍ୟକ ପଞ୍ଚାୟତ ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯିବା ସଙ୍ଗେ ପ୍ରଚାର ପତ୍ରିକା ବଣ୍ଟନ କରାଇବା ବ୍ୟବସ୍ଥା କରାଯାଇଛି । ତତସଙ୍ଗେ ଏହି ପକ୍ଷରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଓ କଲେଜ ରେ ପରିବହନ ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଅଛି ।

ସର୍ବୋପରି ବକେୟା ଚାଲାଣ ଥିବା ଗାଡି ମାନଙ୍କୁ ରିହାତି ଦରରେ କିପରି ଜରିମାନା ପୈଠ କରିବେ ତାହାର ଏକ ସ୍ୱତନ୍ତ୍ର ପ୍ରଚାର ପତ୍ରିକା ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କୁ ବଣ୍ଟନ କରାଯିବ।

ଏହାର ସୁଯୋଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି, ଏହାକୁ ସୁଦୂର ପ୍ରସାର ପାଇଁ ଜିଲ୍ଲାର ପ୍ରତ୍ୟକ ଜନଗହଳି ରାସ୍ତା, ସମସ୍ତ ବ୍ଲକର ସଦରମହକୁମା ରେ ବ୍ୟାନର ଓ ବସ ଗାଡି ମାନଙ୍କରେ ପୋଷ୍ଟର ସଂଲଗ୍ନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande