ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ୱରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସା
ଭୁବନେଶ୍ୱରରେ ଲାଗିବ ସଡ଼କ     ଦୁର୍ଘଟଣା ଘଣ୍ଟା


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଭୁବନେଶ୍ୱରରେ

ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ୱରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ

ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ

ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା । ମେସର୍ସ ଆଡସଫ୍ଟ

ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ

ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି । ପରିବହନ କମିଶନରଙ୍କ ସହ ପରାମର୍ଶ କରି

ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି

ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande