
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ରାଣୀ
ଲକ୍ଷ୍ମୀବାଈଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ
ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ।ସ୍ୱାଧୀନତାର ସଂଗ୍ରାମ ସମୟରେ ରାଣୀ ଲକ୍ଷ୍ମୀବାଈଙ୍କ
ଅତୁଳନୀୟ ସାହସ, ବୀରତ୍ୱ
ଏବଂ ନେତୃତ୍ୱ ସମଗ୍ର ଦେଶବାସୀଙ୍କୁ ଶକ୍ତି ଓ ସ୍ୱାଭିମାନର ମାର୍ଗ ଦେଖାଇଥିଲା। ମାତୃଭୂମିର
ସମ୍ମାନ ଏବଂ ସ୍ୱାଧୀନତା ରକ୍ଷା ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ଚିରଦିନ ପାଇଁ ଭାରତୀୟ
ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା
ଯୋଗାଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା