
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- କୋଷ୍ଟାଲ ହାଇୱେ ପାଇଁ ରାସ୍ତା ଖୋଲିଛି । ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ରାମେଶ୍ୱର ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ହେବ । ଏଥିପାଇଁ ୮ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସିସିଏର ଅନୁମତି ପେଣ୍ଡିଙ୍ଗ ଅଛି, ତାହା ଆପ୍ରୁଭ ହେବା ପରେ କାର୍ଯ୍ୟ ଆରମ୍ଭ ହେବ। କୋଷ୍ଟାଲ ହାଇୱେ ବିଳମ୍ବ ପାଇଁ ଗତ ସରକାର ଷଡଯନ୍ତ୍ର କରିଥିଲେ । କୋଷ୍ଟାଲ ହାଇୱେ ବିଳମ୍ବ ହେବା ପାଇଁ ପୂର୍ବ ସରକାର ଦାୟୀ । ଗତ ସରକାରଙ୍କ ଅମନଯୋଗିତା ଏବଂ ଷଡ଼ଯନ୍ତ୍ର ଯୋଗୁଁ କୋଷ୍ଟାଲ ହାଇୱେ କାମ ଆଗେଇ ପାରିନି । ପୂର୍ବ ସରକାର ସମୟରେ ବାରମ୍ବାର ଆଲାଇନମେଣ୍ଟ ପରିବର୍ତନ କରାଯାଉଥିଲା । ଆଲାଇନମେଂଟ ସମସ୍ୟା ତିଆରି କରୁଥିଲେ । କୋଷ୍ଟାଲ ହାଇୱେ ପ୍ରକଳ୍ପ କରେଇ ନଦେବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁନାମ ନହେବା ପାଇଁ ଗତ ସରକାର ଉଦ୍ୟମ କରୁଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା