
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଆଜିଠୁ ୩ଦିନ
ଶ୍ରୀମନ୍ଦିରରେ ‘ଦେବ
ଦୀପାବଳି’। ଏହି 'ଦେବ ଦୀପାବଳି' ନୀତି ସମୟରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା
ସହ ଶ୍ରାଦ୍ଧବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବ। ଆଜି ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ତିଥିରେ ମହାପ୍ରଭୁ
ଅଦିତି-କଶ୍ୟପଙ୍କ ଉଦ୍ଦେଶ୍ୟରେ, ଆସନ୍ତାକାଲି ଅମାବାସ୍ୟା ଦିନ ଦଶରଥ-କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ-ଦେବକୀ, ନନ୍ଦ-ଯଶୋଦା, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ
ଶ୍ରାଦ୍ଧ ଓ ଦୀପ ଦାନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା