
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଟିକରପଡା ପଂଚାୟତ କୁଜିବର ଗ୍ରାମର ପ୍ରଦୀପ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗୋଟିଏ ବଖରା ଗୁହାଳ ଓ ଗୋଟିଏ ବଖରା ରୋଷେଇ ଘର ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାରେ ପଂହଚି ନିଆଁକୁ ଆୟତ କରା ଯାଇଥିଲେ ମଧ୍ୟ ୨ ବଖର ଘର ପୋଡି ପାଉଁଶ ହୋଇ ଯାଇଥିଲା । ଗୁହାଳେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ଚୁଲିରୁ ଘରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ଅଗ୍ନୀ ବିପନ୍ନ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ