
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଚଳିତ ମାସ ୨୨ ତାରିଖ ଦିନ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଯାହାକୁ ନେଇ ଚାଷୀ ପୁଣି ଚିନ୍ତିତ ହୋଇପଡିଲାଣି । ଚଳିତ ବାତ୍ୟା ମେନ୍ଥାର ପ୍ରଭାବରେ ବର୍ଷା ଲାଗି ରହିଥିଲା । ଫଳରେ ଯାଜପୁର ଜିଲାରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ପରେ ଧାନ,ଚିନାବାଦାମ ଓ ପରିବା ଚାଷୀ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ସେପଟେ ପନିପରିବା ଦର ଆକାଶ ଛୁଆଁ ହୋଇଛି । ପୁଣି ଏବେ ଲଘୁ ଚାଷ ଆସିଲେ ଚାଷୀଙ୍କ ମେରୁଦଣ୍ଡ ଦୋହୋଲାଇ ଦେବ ବୋଲି ଅଗ୍ରଣୀ ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି । ବର୍ଷା ହେଲେ ବିଶେଷ କରି ଚିନାବାଦାମ ଉପରେ ଏହାର ବହୁ ପ୍ରଭାବ ପଡିବ । ଜିଲାରେ ଚିନାବାଦାମ ଏକ ମୁଖ୍ୟ ଫସଲ ହୋଇଥିବା ବେଳେ ଏବେ ସାମ୍ଭବ୍ୟ ଲଘୁଚାପ ଚିନ୍ତାକୁ ଦ୍ୱିଗୁଣିତ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ