
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅଂଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ରସୁଲପୁର ଅବକାରୀ ବିଭାଗର ନିଦ ଭାଙ୍ଗି ଥିଲା । ତେବେ ବେଆଇନ ଭାବେ ଦେଶୀ ମଦ କରାବାର ହେଉଥିବା ଖବର ପାଇ ଅଭିମନ୍ୟୁ ବାଲିଆଠାରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ବରୀ ରାମଚନ୍ଦ୍ରପୁର ଥାନା ଅଂଚଳର ଭାଗବତ ମଲ୍ଲିକ(୫୬) ନିକଟରୁ ୪ ଲିଟର ଦେଶୀ ମଦ ଜବତ କରାଯିବା ସହ ଭାଗବତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବଡ ବଡିଆ ଚୋରା ମଦ ବ୍ୟବସାୟୀ ଖୁଲମଖୁଲା ବ୍ୟବସାୟ ଚଳାଇ ଆସୁଛନ୍ତି । ତାଙ୍କ ନିକଟରେ ଅବକାରୀ ବିଭାଗ ପଂହଚି ପାରୁ ନାହିଁ । ତେବେ ବଡବଡିଆଙ୍କ ଉପରେ ଚଢାଇ ହେବା ନେଇ ଆଗୁଆ ସୂଚନା ଦେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ତଳିଆ ଲୋକଙ୍କୁ ଧରି ଗିରଫ କରି ଅବକାରୀ ବିଭାଗ ବାହାବା ନେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ