
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଡିସେମ୍ବର 25ରୁ ଖୋଲିବ ଧାନ ମଣ୍ଡି । ସରକାର ଧାନ
ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲର ମାନଙ୍କୁ ଗୋଦାମ ଖାଲି କରିବା ପାଇଁ
ଦାୟିତ୍ୱ ଦିଆଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଗତବର୍ଷ ଅପେକ୍ଷା ଚଳିତ
ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନ କିଣା ହେବ
। ପ୍ରଥମ ଫେଜରେ 38ଟି ମଡେଲ ମଣ୍ଡି କରିବା ପାଇଁ ଓବିସିସିକୁ ଟେଣ୍ଡର ଦିଆଯାଇଛି । ଏଥିପାଇଁ
313 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଦ୍ଵିତୀୟ ଫେଜରେ 62 ଟି ଏବଂ 2 ବର୍ଷ ଭିତରେ
ସରକାରରେ 100ଟି ମଡେଲ ମଣ୍ଡି ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ନିଗମ ବୋର୍ଡ ନେଇ ଚୂଡାନ୍ତ
ହୋଇସାରିଛି ଚିଠା । ଦିଲ୍ଲୀରେ ନିଷ୍ପତି ପରେ ଖୁବଶୀଘ୍ର ଘୋଷଣା ହେବ ବୋଲି ସମବାୟ ମନ୍ତ୍ରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା