
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ଭାରତର ପ୍ରଥମ
ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତର
ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜନ୍ମଜୟନ୍ତୀ — ଯାହାକି ଜାତୀୟ ଇଂଟିଗ୍ରେସନ ଦିବସ ଭାବେ ପାଳନ କରାଯାଏ ଏହିଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କର ଦୃଢ଼ ନେତୃତ୍ୱ, ଅସାଧାରଣ ସଂକଳ୍ପଶକ୍ତି ଏବଂ ଶକ୍ତିଶାଳୀ ଭାରତ ଗଢ଼ିବାରେ ତାଙ୍କର
ଅବଦାନ ସର୍ବଦା ସ୍ମରଣୀୟ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା