ଅକ୍ଟୋବର ମାସରେ ୫୮,୭୩୧ ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନଧିକୃତ ଯାତ୍ରାକୁ ଏଡ଼ାଇବା ପାଇଁ ଏହାର କାର୍ଯ୍ୟକାରୀତା ଏବଂ ସଚେତନତା ପ୍ରୟାସକୁ ସୁଦୃଢ଼ କରିଛି ଯାହା ଦ୍ୱାରା ଅକ୍ଟୋବର ୨୦୨୫ ରେ ବହୁ ସଂଖ୍ୟକ ବିନା ଟିକେଟ୍ ଏବଂ ଅନିୟମିତ ଯାତ୍ରା ମାମଲା ଚିହ୍ନଟ କରାଯାଇଛି । ରେଳମଣ୍
ଅକ୍ଟୋବର ମାସରେ ୫୮,୭୩୧ ଟି ବିନା ଟିକେଟ୍ ଯାତ୍ରୀ ଚିହ୍ନଟ


ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନଧିକୃତ ଯାତ୍ରାକୁ ଏଡ଼ାଇବା ପାଇଁ ଏହାର କାର୍ଯ୍ୟକାରୀତା ଏବଂ ସଚେତନତା ପ୍ରୟାସକୁ ସୁଦୃଢ଼ କରିଛି ଯାହା ଦ୍ୱାରା ଅକ୍ଟୋବର ୨୦୨୫ ରେ ବହୁ ସଂଖ୍ୟକ ବିନା ଟିକେଟ୍ ଏବଂ ଅନିୟମିତ ଯାତ୍ରା ମାମଲା ଚିହ୍ନଟ କରାଯାଇଛି । ରେଳମଣ୍ଡଳ ଗୁରୁତ୍ୱାରୋପ କରିଛି ଯେ ବିନା ଟିକେଟ କିମ୍ବା ବୈଧ ଟିକେଟ ବିନା ଟ୍ରେନ ଯାତ୍ରା କରିବା ଦ୍ୱାରା କେବଳ ଦଣ୍ଡ ଲାଗୁ ହୁଏ ନାହିଁ ବରଂ ଯାତ୍ରୀମାନଙ୍କୁ ଅସୁବିଧା ହୁଏ ଏବଂ ଯାତ୍ରା ପରିବେଶକୁ ବିପର୍ଯ୍ୟସ୍ତ କରେ ।

କେବଳ ଅକ୍ଟୋବର ୨୦୨୫ ରେ, ଟିକେଟ ଉଲ୍ଲଂଘନର ୫୮,୭୩୧ ମାମଲା ଚିହ୍ନଟ ହୋଇଅଛି ଯାହା ଗତ ବର୍ଷ ଅକ୍ଟୋବର ମାସ ତୁଳନାରେ ୫.୪% ଅଧିକ ଅଟେ । ଏପ୍ରିଲରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ, ମୋଟ ଉଲ୍ଲଂଘନ ୪,୪୧,୧୦୬ ମାମଲାକୁ ବୃଦ୍ଧି ପାଇଛି ଯାହା ପୂର୍ବ ଆର୍ôଥକ ବର୍ଷର ସମାନ ସମୟ ମଧ୍ୟରେ ପଞ୍ଜିକୃତ ୪,୦୦,୯୪୬ ମାମଲା ତୁଳନାରେ ୧୦% ଅଧିକ ।

ବ୍ୟାପକ ଟିକେଟ ଯାଞ୍ଚ ଓ ସଚେତନତା ପ୍ରୟାସ କେବଳ ରାଜସ୍ୱ ସୁରକ୍ଷାକୁ ସୁଦୃଢ଼ କରିନାହିଁ ବରଂ ଯାତ୍ରୀମାନଙ୍କୁ ଅନୁପଯୁକ୍ତ ଯାତ୍ରା ଟିକେଟ କିମ୍ବା ବିନା ଟିକେଟ ଯାତ୍ରା କରିବାକୁ ନିରୁତ୍ସାହିତ କରିଛି, ଯାହା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଯାତ୍ରା ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇ ହେବ। ରେଳମଣ୍ଡଳ ୨୦୨୫ ଅକ୍ଟୋବରରେ ୩,୧୫,୧୧,୭୭୦ଟଙ୍କା ଜରିମାନା ସଂଗ୍ରହ କରିଛି, ଯାହା ଗତ ବର୍ଷ ତୁଳନାରେ ୨୩% ବୃଦ୍ଧିକୁ ପ୍ରତିଫଳିତ କରୁଅଛି । ଚଳିତ ଆର୍ôଥକ ବର୍ଷର ଏପ୍ରିଲ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଜରିମାନା ପରିମାଣ ୨୩,୯୪,୨୩,୬୯୮ ଟଙ୍କାରେ ପହଞ୍ଚିଛି ଯାହା ଅକ୍ଟୋବର ୨୦୨୪ ସୁଦ୍ଧା ଆଦାୟ ହୋଇଥିବା ଜରିମାନା ୧୮,୯୭,୨୯,୦୧୦ ଟଙ୍କା ତୁଳନାରେ ୨୬% ବୃଦ୍ଧିକୁ ଦର୍ଶାଉଛି । ଏହି ପଦକ୍ଷେପଗୁଡ଼ିକ ଯାତ୍ରୀମାନଙ୍କୁ ସମ୍ମାନର ସହିତ ଯାତ୍ରା କରିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ରେଳ ନିୟମ ପାଳନ କରିବାକୁ ଆହୁରି ଉତ୍ସାହିତ କରେ ।

ଚଳିତ ଆର୍ôଥକ ବର୍ଷରେ ମୋଟ ୧,୫୮୬ ଟି ଟିକେଟ ଯାଞ୍ଚ ଅଭିଯାନ କରାଯାଇଥିବା ବେଳେ ରେଳମଣ୍ଡଳ ପକ୍ଷରୁ ୨,୧୪୫ ଟି ଟ୍ରେନରେ ମଧ୍ୟ ଟିକେଟ ଯାଞ୍ଚ କରାଯାଇଥିଲା ।

କଠୋର ତଦାରଖ ସହିତ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସାର୍ବଜନୀନ ଘୋଷଣା, ସୋସିଆଲ ମିଡିଆ ମେସେଜିଂ ଏବଂ ଷ୍ଟେସନ-ସ୍ତରୀୟ ପ୍ରଚାର ମାଧ୍ୟମରେ ବ୍ୟାପକ ସଚେତନତା ଅଭିଯାନ ସର୍ବଦା ଚଳାଇ ଆସୁଛି । । ରେଳମଣ୍ଡଳର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ. ସମସ୍ତ ଯାତ୍ରୀଙ୍କୁ ଅଯଥା ଅସୁବିଧାକୁ ଏଡାଇବା ଏବଂ ଏକ ଶୃଙ୍ଖଳିତ ଏବଂ ସମ୍ମାନର ସହ ସୁବିଧା ଯୁକ୍ତ ଯାତ୍ରା ପରିବେଶକୁ ଆପଣେଇବା ପାଇଁ ସର୍ବଦା ବୈଧ ଟିକେଟ୍ କିମ୍ବା ଯାତ୍ରା ଅଧିକାର ଦଲିଲ ବହନ କରିବାକୁ ନିବେଦନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande