ନୋଏଡାରେ ନକଲୀ ର ଅଧିକାରୀ ଗିରଫ
ନୋଏଡା, 19 ନଭେମ୍ବର (ହି.ସ.)- ଉତ୍ତର ପ୍ରଦେଶ ଏସଟିଏଫଆଜି ସକାଳେ ଜଣେ ନକଲି ରଅଧିକାରୀକୁ ଗିରଫ କରିଛି। ସେ କେବେ ନିଜକୁ ରଅଧିକାରୀ କୁହେତ କେବେ ନିଜକୁ ସେନାର ମେଜର ବୋଲି ପରିଚୟ ଦେଉଥିଲା। ସେ ନିଜକୁ ରଅଧିକାରୀ ବୋଲି ଦେଖାଇ ଜଣୋ ମହିଳା ନ୍ୟାୟାଧୀଶ ସହ ବିବାହ କରି
ନୋଏଡାରେ ନକଲୀ ର ଅଧିକାରୀ ଗିରଫ


ନୋଏଡା, 19 ନଭେମ୍ବର (ହି.ସ.)- ଉତ୍ତର ପ୍ରଦେଶ ଏସଟିଏଫଆଜି ସକାଳେ ଜଣେ

ନକଲି ରଅଧିକାରୀକୁ ଗିରଫ କରିଛି।

ସେ କେବେ ନିଜକୁ ରଅଧିକାରୀ କୁହେତ

କେବେ ନିଜକୁ ସେନାର ମେଜର ବୋଲି ପରିଚୟ ଦେଉଥିଲା। ସେ ନିଜକୁ ରଅଧିକାରୀ ବୋଲି ଦେଖାଇ ଜଣୋ ମହିଳା ନ୍ୟାୟାଧୀଶ ସହ ବିବାହ କରିଛି।

ତାଙ୍କ ପତ୍ନୀ ବିହାରର ଛପରାରେ ଅଛନ୍ତି।

ଅଭିଯୁକ୍ତ ଏକ କମ୍ପାନୀ ଖୋଲି ସେଥିରେ ନକଲି ଭାବେ ବିପୁଳ ଟ୍ରାଞ୍ଜାକ୍ସନ୍ କରି କମ୍ପାନୀର

ମୂଲ୍ୟ ବଢ଼ାଇବା ଓ ତାହାର ଶେୟାର୍‌ ମାର୍କେଟ୍‌ରେ ଜାରି କରି ଲୋକମାନଙ୍କୁ ଠକିବାର ଯୋଜନା

କରୁଥିଲା। କମ୍ପାନୀ ସମ୍ବନ୍ଧିତ ଡକ୍ୟୁମେଣ୍ଟ ମଧ୍ୟ ଏସଟିଏଫ ଦ୍ୱାରା ଜବତ କରାଯାଇଛି। ତା ପାଖରୁ

ବହୁ ପରିମାଣରେ ନକଲି ଆଇଡି, ଚେକବୁକ୍, ନକଲି ପୋଲିସ ସତ୍ୟାପନ ପତ୍ର,

ଡେବିଟ୍

କାର୍ଡ, କ୍ରେଡିଟ୍ କାର୍ଡ, ପାନ୍ କାର୍ଡ,

ଆଧାର

କାର୍ଡ, ଭୋଟର୍ ଆଇଡିକାର୍ଡ ଇତ୍ୟାଦି ମଧ୍ୟ ଜବତ ହୋଇଛି। ଏସଟିଏଫଏବଂ ଗୁପ୍ତଚର ଏଜେନ୍ସିମାନଙ୍କର ବରିଷ୍ଠ ଅଧିକାରୀମାନେ ତାଙ୍କୁ ପଚରା ଉଚରା କରୁଛନ୍ତି ।

ତାଙ୍କର ଟ୍ୟାବ୍‌ରେ ଦିଲ୍ଲୀ ବ୍ଲାଷ୍ଟ ସମ୍ବନ୍ଧିତ ଭିଡିଓ ମଧ୍ୟ ଅପଲୋଡ଼ ହୋଇଥିବା ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande