
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ରାଜ୍ୟରେ ଦିନକୁ ଦିନ ଦିନ ଦୃର୍ଘଟଣାରେ ଅନେକ ଧନ ଜୀବନ ଯାଉଛି । କମିବାରେ ନାଁ ନେଉ ଥିବା ବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଓ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ହାତକୁ ନିଆ ଯାୁଛି । ଏହି କ୍ରମରେ ଆଜି ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ଗାଡଇ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ୱର୍ଣ୍ଣାଞ୍ଜଳୀ ଆଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ନିମନ୍ତେ ଗଳ୍ପ ମାଧ୍ୟମରେ ସଚେତନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ