
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)
- ଆଗାମୀ ୩ରୁ ୪
ବର୍ଷରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ ହେବ । ଏନେଇ ରାଉରକେଲାରେ ସୂଚନା ଦେଇଛନ୍ତି
କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍.ଡି କୁମାରସ୍ବାମୀ । ଆରଏସପିକିମ୍ବା ଇସ୍ପାତ ଜେନେରାଲ ହସ୍ପିଟାଲକୁ ଘରୋଇକରଣ କରାଯିବନି । ରାଉରକେଲାର
ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କାମ କରୁଛନ୍ତି । ରାଉରକେଲା ବିମାନ ବନ୍ଦର ସହ ଷ୍ଟିଲ୍
ପ୍ଲାଣ୍ଟର ମଧ୍ୟ ଉନ୍ନତି କରାଯିବ । ଆଗାମୀ ୪ ମାସରେ ରାଉରକେଲା ବିମାନ ବନ୍ଦର ପୂର୍ଣ୍ଣ
କାର୍ଯ୍ୟକ୍ଷମ ହେବ । ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ଇସ୍ପାତ
ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା