ସାଲିଆ ସାହିରେ ଉଚ୍ଛେଦ ପ୍ରସଙ୍ଗ: ସର୍ଭେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି - ମନ୍ତ୍ରୀ
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ସାଲିଆ ସାହିରେ ଉଚ୍ଛେଦ ପ୍ରସଙ୍ଗରେ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ସର୍ଭେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି। ବାରମ୍ବାର ସର୍ଭେ ହୋଇଛି । ଘର ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ ବି ହୋଇଛି । କିଛି ନ୍ୟସ୍ତ ସ୍ୱାର୍ଥ
ସାଲିଆ ସାହିରେ ଉଚ୍ଛେଦ ପ୍ରସଙ୍ଗ: ସର୍ଭେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି - ମନ୍ତ୍ରୀ


ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ସାଲିଆ ସାହିରେ ଉଚ୍ଛେଦ ପ୍ରସଙ୍ଗରେ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ସର୍ଭେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି। ବାରମ୍ବାର ସର୍ଭେ ହୋଇଛି । ଘର ଭାଙ୍ଗିବା ପାଇଁ ପୂର୍ବରୁ ନୋଟିସ ବି ହୋଇଛି । କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ମୁଣ୍ଡ ପୂରାଉଛନ୍ତି । ଲୋକଙ୍କୁ ଟ୍ରଞ୍ଜିଣ୍ଟ ହୋମରେ ରଖାଯାଉନି। ଘର ଦିଆଯାଉଛି । କ୍ଷତିପୂରଣ ଯାହା ସହାୟତା ଦରକାର ସେ ବାବଦରେ ସରକାର ସଜାଗ ଅଛନ୍ତି । ଜୋର ଜବରଦସ୍ତ ଭଙ୍ଗା ଯାଉନି । ଲୋକଙ୍କ ସ୍ୱାର୍ଥରେ ସେ ଜାଗାକୁ ଖାଲି କରାଯାଉଛି । ମାସେ ଭିତରେ କାମ ଆରମ୍ଭ ହେବ। ୬ ମାସ ହେବ ପ୍ରକ୍ରିୟା ଚାଲିଥିଲା । ସେଥିରେ ସମ୍ମତି ଦେବା ପରେ ଭଙ୍ଗା ଯାଉଛି । କିଛି ଲୋକ ଜାଣିକି ଗଣ୍ଡଗୋଳ କରିବାକୁ ଯାଉଛନ୍ତି । କିନ୍ତୁ ଆମ ନିବେଦନ ସହଯୋଗ କରନ୍ତୁ । ସରକାର ଘର ବଦଳରେ ଘର ଦେଉଛନ୍ତି, ଜମି ଦେବାକୁ ନିୟମ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande