ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି
ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବର୍ତମାନ ସାପ କାମୁଡାରେ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳୁଛି । ଏହାକୁ ୧୦ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନି
ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି


ଭୁବନେଶ୍ୱର,୧୯ ନଭେମ୍ବର (ହି.ସ.)- ବଢ଼ିପାରେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି । ଏସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବର୍ତମାନ ସାପ କାମୁଡାରେ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳୁଛି । ଏହାକୁ ୧୦ ଲକ୍ଷକୁ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଲାଗି ଗୋଟିଏ କ୍ଷତିପୂରଣ ରାଶି ସାରା ଭାରତ ବର୍ଷରେ ଲାଗୁ ଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଲେଖିଥିଲୁ । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ମାମଲାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ କ୍ଷତିପୂରଣ ରାଶି ବୃଦ୍ଧି ପାଇଁ ରାସ୍ତା ଖୋଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande