ଖେଳକୁଦ ବିଦ୍ୟାର୍ଥୀମାନଙ୍କୁ ଶକ୍ତି ଯୋଗାଇଥାଏ
ପୁରୀ, 19 ନଭେମ୍ବର (ହି.ସ.) ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେବାର୍ଷିକ ଖେଳକୁଦ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମନ୍ତରାୟଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ପୌରସଦସ୍ଯ ଭକ୍ତଚରଣ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ମିଶ
ଖେଳକୁଦ ବିଦ୍ୟାର୍ଥୀମାନଙ୍କୁ ଶକ୍ତି ଯୋଗାଇଥାଏ


ପୁରୀ, 19 ନଭେମ୍ବର (ହି.ସ.) ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେବାର୍ଷିକ ଖେଳକୁଦ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ସାମନ୍ତରାୟଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ପୌରସଦସ୍ଯ ଭକ୍ତଚରଣ ଦାସ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ମିଶ୍ର, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା,ଭୋଳାନାଥ ବିଦ୍ଯାପୀଠର ଖେଳ ଶିକ୍ଷକ ନିରଞ୍ଜନ ମିଶ୍ର ଯୋଗଦେଇ ଖେଳକୁଦ ବିଦ୍ୟାର୍ଥୀମାନଙ୍କୁ ଶକ୍ତି ଯୋଗାଇବ ବୋଲି କହିଥିଲେ । କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀଙ୍କ ଲୁକାୟିତ କ୍ରୀଡା ପ୍ରତିଭା ବିକାଶିତ ହୋଇଥାଏ । ବିଦ୍ଯାଳୟର ଛାତ୍ରୀ ଲିପ୍ସା ସାହୁ, ଖୁସୁବ୍ ରାଣୀ ଜଗଦେବ, ଶୁଭଶ୍ରୀ ନାୟକ, ଶିବାନୀ ଗୌଡ, ପାୟଲ ସାହୁ, ଲିପସା ମାଝି ଓ ତୁଳସୀ ସାହୁ କ୍ରୀଡା ମଶାଲ ଧରି ସହର ପରିକ୍ରମା କରିଥିଲେ । ଦୌଡି ଡିଆଁ, ଆଳୁ ଚାମୁଚ, ଅଙ୍କ ଦୌଡ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିଲା । ନବକୁମାର ନାୟକ, ନିରଞ୍ଜନ ମିଶ୍ର କ୍ରୀଡା ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶର୍ମିଷ୍ଠା ବରାଳ,ମଧୁମିତା ପ୍ରଧାନ, ସୁଜାତା ଧଳ, ରଶ୍ମିତା ତ୍ରିପାଠୀ, ସ୍ବାଗତିକା ପ୍ରଧାନ, ମାହେଶମିତା ପ୍ରଧାନ, ହରପ୍ରିୟା ପଣ୍ଡା, ଅର୍ଚ୍ଚନା ସାହୁ, ରାନୁ ମାଝି, ଶିକ୍ଷକ ଦିଲ୍ଲୀପ ସାହୁ, ବିକାଶ ବେହେରା, ମୀନକେତନ ବେହେରା ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ କ୍ରୀଡା ପାଇଁ ଉତ୍ସାହିତ କରିଥିଲେ । ମନସ୍ବିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande