ଉତରପ୍ରତାପରେ ଜବରଦଖଲ ଉଚ୍ଛେଦ ପାଇଁ ଅଂଟା ଭିଡିଲେ ଗ୍ରାମବାସୀ, ନେତାଙ୍କ ପାଖ ଲୋକଙ୍କୁ ମାଫ୍‌
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହିସିଲ ଅଧିନରେ ସରକାରୀ ଜମିକୁ ବେଆଇନଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ କଳକୁ ହାତ କରି ଜୋର ଜବର ଜମି ମାଡି ବସିଛନ୍ତି । ହେଲେ ସେମାନେ ନେତାଙ୍କ ତଳ ଲୋକ ହୋଇଥିବାରୁ ପ୍ରଶାସନ ସେମାନଙ୍କ ନିକଟରେ ପଂହଚି ପାରୁ ନାହିଁ । ତେବେ ଏହି ତହ
ଉତରପ୍ରତାପରେ ଜବରଦଖଲ ଉଚ୍ଛେଦ ପାଇଁ ଅଂଟା ଭିଡିଲେ ଗ୍ରାମବାସୀ, ନେତାଙ୍କ ପାଖ ଲୋକଙ୍କୁ ମାଫ୍‌


ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହିସିଲ ଅଧିନରେ ସରକାରୀ ଜମିକୁ ବେଆଇନଭାବେ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ କଳକୁ ହାତ କରି ଜୋର ଜବର ଜମି ମାଡି ବସିଛନ୍ତି । ହେଲେ ସେମାନେ ନେତାଙ୍କ ତଳ ଲୋକ ହୋଇଥିବାରୁ ପ୍ରଶାସନ ସେମାନଙ୍କ ନିକଟରେ ପଂହଚି ପାରୁ ନାହିଁ । ତେବେ ଏହି ତହସିଲ ଅନ୍ତର୍ଗତ ଉତରପ୍ରତାପ ଗ୍ରାମରେ ସରକାରୀ ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ ପାଇଁ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗ୍ରାମରେ ସର୍ବସାଧାରଣ,ଆବାଦଯୋଗ୍ୟ ଅନାବାଦି,ରକ୍ଷିତ ଓ ଜଳସେଚନ ବିଭାଗର ରାସ୍ତା ଆଦି ପ୍ରାୟ ଏ୬୨.୧୧ଡିସିମିଲ ସମ୍ପତି ରହିଛି । ଯାହାକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜବର ଦଖଲ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରି ଆସୁଛନ୍ତି । ଯାହା ଦ୍ୱାରା ଯାତାୟତରେ ବାଧାପ୍ରାପ୍ତ ହେବା ସଂଗେସଂଗେ ବିଦ୍ୟାଳୟର ପିଲାମାନେ ଖେଳ କୁଦ କରିବାରୁ ବଂଚିତ ହେଉଛନ୍ତି । ସେପଟେ ଗାଇଗୋରୁ ଚରିବା ପାଇଁ ଜାଗା ନ ଥିବାରୁ ସେମାନେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି । ଏହାର ସରଜମିନ ତଦନ୍ତ କରି ଜବର ଦଖଲ ଉଚ୍ଛେଦ କରାଇବା ପାଇଁ ଗ୍ରାମର ମାୟାଧାର ରାଉତ,ପ୍ରଭାତ ରଂଜନ ରାଉତ,ଭାଗ୍ୟଧର ମହାନ୍ତି,ବୈରାଗୀ ମଲ୍ଲିକ,ଅନିରୁଦ୍ଧ ମଲ୍ଲିକ ଓ ପିତାମ୍ବର ମଲ୍ଲିକ ପ୍ରମୁଖ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏପରିକି ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଯାଜପୁର ଜିଲାପାଳଙ୍କ ନିକଟକୁ ଏହି ଦାବି ପତ୍ର ଡାକ ଯୋଗେ ପଠାଇ ଦିଆ ଯାଇଥିବା ଗ୍ରାମବାସୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande