ଦଶମ ରାଜ୍ୟ ସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଂଟ
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ଚାଲିଥିବା ୧୦ମ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଦ୍ୱିତୀୟ ଦିବସରେ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ୪ ଗୋଟି ଲିଗ ମ୍ୟାଚ ଅନୁଷ୍ଠିତ ହୋଇଛି । । ଓଡିଶା ଦୃଷ୍ଟିହିନ କ୍ରିକେଟ ସଙ
ଦଶମ ରାଜ୍ୟ ସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଂଟ


ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ଚାଲିଥିବା ୧୦ମ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଦ୍ୱିତୀୟ ଦିବସରେ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ୪ ଗୋଟି ଲିଗ ମ୍ୟାଚ ଅନୁଷ୍ଠିତ ହୋଇଛି । । ଓଡିଶା ଦୃଷ୍ଟିହିନ କ୍ରିକେଟ ସଙ୍ଘ , କ୍ରୀଡା ଓ ଯୁବ ସେବା ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ୟରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଏବଂ ସକ୍ଷମ ଓଡିଶା ପୂର୍ବଙ୍କ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଆଜିର ଖେଳରେ ଯାଜପୁରକୁ ୩ ଉଇକେଟରେ ପରାସ୍ତ କରି ବାଲେଶ୍ୱର ଟିମ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚରେ ଅନୁଗୁଳକୁ ୨ ରାନରେ ପରାସ୍ତ କରି କନ୍ଧମାଳ ବିଜୟୀ ହୋଇଛି । ସେହିଭଳି ତୃତୀୟ ମ୍ୟାଚରେ ଭଦ୍ରକକୁ ୭ ଉଇକେଟରେ ପରାସ୍ତ କରି ବରଗଡ ବିଜୟୀ ହୋଇଛି । ଚତୁର୍ଥ ମ୍ୟାଚରେ କଟକକୁ ବିନା ଉଇକେଟରେ ପରାସ୍ତ କରି ବାଲେଶ୍ୱର ୱାରିୟର ଟିମ ବିଜୟୀ ହୋଇଛି । ଆଜିର ଏହି ମ୍ୟାଚ ଗୁଡିକୁ ଅଶିତ କୁମାର ପଟେଲ, ରାନଜିତ ମହାରଣା, ରିୟାସତ ଅଲ୍ଲି ଓ ପ୍ରମୋଦ ନାୟକ ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବ୍ୟାସନଗର କେନ୍ଦ୍ରିୟ ବିଦ୍ୟାଳୟର ଶିକ୍ଷକ ସବ୍ୟସାଚୀ ଦେବାଶିଷ ପଟେଲ ଓ ବିରଂଚି ନାରାୟଣ ସାହୁ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର କ୍ୟାପଟେନମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ ଏହି ଟୁର୍ଣ୍ଣାମେଂଟରେ କୋରାଫୁଟ,ସମ୍ବଲପୁର,କନ୍ଧମାଳ, କେନ୍ଦୁଝର,ମୟୁରଭଞ୍ଜ,ଅନୁଗୁଳ, ବାଲେଶ୍ୱର,ବରଗଡ, ଭଦ୍ରକ, କଟକ.କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂପୁର,ଯାଜପୁର ଆଦି ବିଭିନ୍ନ ଜିଲ୍ଲାରୁ ୧୬ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିଥିବା କ୍ରୀଡାବିତମାନଙ୍କ ମଧ୍ୟରୁ ଏଠାରୁ ରାଜ୍ୟ ସ୍ତରୀୟ ଟିମ ପାଇଁ ଖେଳାଳୀ ଚୟନ କରାଯିବ । ଚୟନ ହୋଇଥିବା ଖେଳାଳୀମାନେ ଆସନ୍ତା ୧ ତାରିଖରେ ରାଜସ୍ଥାନର ଜବଲପୁରରେ ହେବାକୁ ଥିବା ରାଜ୍ୟସ୍ତରୀୟ ନାଗେଶ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଅଂଶ ଗ୍ରହଣ କରିବାକୁ ସ୍ଥିର କରାଯାଇଛି । ଆସନ୍ତା ୨୩ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଦୃଷ୍ଟିହିନ କ୍ରକେଟ ସଙ୍ଘର ସଭାପତି ମହମ୍ମଦ ଜାଫର ଏକବାଲ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande