
ଖୋର୍ଦ୍ଧା, 20 ନଭେମ୍ବର (ହି.ସ.) - ବ୍ରାଉନସୁଗର କାରବାର କରୁଥିବା ନେଇ ଖୋର୍ଦ୍ଧା ଅବକାରୀ ବିଭାଗ ଜଣକୁ ଗିରଫ କରିଛି। ଗିରଫ ଜଣକ ହେଲେ ଗୁରୁଜଙ୍ଗ ନନ୍ଦସାହିର ଜବତ କେଶବ ସିଂ (୨୫)। ଅବକାରୀ ବିଭାଗ ସୁଚନା ମୁତାବକ ଗୁରୁବାର କେଶବ ଗୁରୁଜଙ୍ଗ ମାତା ଗଳିରେ ବ୍ରାଉନସୁଗର କାରବାର କରୁଥିବା ନେଇ ଏକ ବିଶେଷ ସୁତ୍ରରୁ ବିଭାଗ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅବକାରୀ ପୋଲିସ କେଶବ ଗିରଫ କରିବା ସହ ତାଠାରୁ ୧୨୦ ଗ୍ରାମ ବ୍ରାଉନସୁଗର ସମେତ ଗୋଟିଏ ମୋବାଇଲ ଜବତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ