ବଲାଙ୍ଗୀର ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ବଲାଙ୍ଗିର ନିୟନ୍ତ୍ରିତ ବଜାର କମିଟି ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପବିତ୍ର ବେହେରା ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରି ଆତ
ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ


ବଲାଙ୍ଗିର ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ


ବଲାଙ୍ଗୀର, ୨୦ ନଭେମ୍ବର(ହି.ସ.) – ଜିଲ୍ଲାସ୍ତରୀୟ ୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ବଲାଙ୍ଗିର ନିୟନ୍ତ୍ରିତ ବଜାର କମିଟି ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପବିତ୍ର ବେହେରା ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରି ଆତ୍ମନିର୍ଭର ଭାରତ ନିର୍ମାଣରେ ସମବାୟ ବଳିଷ୍ଠ ଭୂମିକା ନେଇପାରିବ ବୋଲି ମତ ପ୍ରକାଶ କରିଥିଲେ। ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ବହୁମୁଖୀ ସମିତି କରିବା ଦିଗରେ ସମସ୍ତଙ୍କୁ କାମ କରିବାକୁ ଆହ୍ୱାନ କରିଥିଲେ। ବର୍ତମାନର ଆହ୍ୱାନ ଗୁଣବତା ମାଟି, ପାଣି, ପବନ ଆଗାମୀ ପିଢି ପାଇଁ ସୁରକ୍ଷିତ କରିବା ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଲୋକଙ୍କ ପାଖକୁ ପହଂଚାଯାଇବା ପାଇଁ ସମବାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଧିରେନ୍ଦ୍ର ସିଂହ ବରିହା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମତବ୍ୟକ୍ତ କରିଥିଲେ। ସମବାୟ ମାଧ୍ୟମରେ ଜୈବିକ ସାର ତିଆରି କରିବା ସହିତ ପାଣି ପରିବା ସଂରକ୍ଷଣ ପାଇଁ ସୌର ଶୀତଳ ଭଣ୍ଡାର ତିଆରି କରିବା ପାଇଁ ଆହ୍ୱାନ କରିଥିଲେ। ଉପନିବନ୍ଧକ ସମବାୟ ସମିତି ସମୁହ, ପ୍ରମୋଦ କୁମାର ବରିହାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ସାରଦା ପ୍ରସନ୍ନ ସିଂହ ବରିହା, ରଜନୀକାନ୍ତ ପଣ୍ଡା, ଜେନେରାଲ ମ୍ୟାନେଜର ଜିଲ୍ଲା ଦୁଗ୍ଧ ସଂଘ, ବଲାଙ୍ଗିର-କଳାହାଣ୍ଡି-ନୁଆପଡା ପ୍ରମୁଖ ଯୋଗଦେଇ ଆତ୍ମନିର୍ଭର ଭାରତ ଗଠନରେ ସମବାୟ ର ଭୂମିକା, ସମବାୟ ସମିତି ଗୁଡିକୁ ସ୍ୱାବଳମ୍ବୀ କରିବା, ସମିତି ଗୁଡିକର ବିଭିନ୍ନ ଭିତିଭୂମି ନିର୍ମାଣ ଉପରେ ଆଲୋକପାତ କରିଥିଲେ। ସମବାୟ ସପ୍ତାହ ପାଳନ ଅବସରରେ ବକ୍ତୃତା ଓ ନିବନ୍ଧ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ତଥା ସଫଳ ଚାଷୀ, ଉଦ୍‌?କୃଷ୍ଟ ପ୍ରଦର୍ଶନ କରିଥିବା ବଲାଙ୍ଗିର ଜିଲ୍ଲା କେନ୍ଦ୍ର ବ୍ୟାଙ୍କ ଶାଖା, ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ ଓ ଉପନିବନ୍ଧକ ଓ ସହକାରୀ ନିବନ୍ଧକ ସମସ୍ତ କର୍ମଚାରୀ, ବିଭିନ୍ନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ, ସଭାପତି, ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଉପସହକାରୀ ନିବନ୍ଧକ ବିଶ୍ୱମୋହନ ବାରିକ ସ୍ୱାଗତ ଭାଷଣ ଦେଇଥିଲେ ଓ ସୁଶ୍ରୀ ସମିଧା ଅଗ୍ରୱାଲ ମଂଚ ପରିଚାଳନା କରିଥିବା ବେଳେ ବ୍ରବିମ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande