ଅଧାରେ ରହିଗଲା ଜନ୍ମଦିନ ଗାଡ଼ି ଚକା ତଳେ ଅଜାର ଜୀବନ ଗଲା
ଘଟଗାଁ, ୨୦ ନଭେମ୍ବର(ହି.ସ.) – ଅଧାରେ ରହିଗଲା ନାତୁଣୀର ଜନ୍ମଦିନ ପାଳନ ପାଇଁ ବାଇକ୍‌ରେ ଯାଉଥିବା ଅଜାଆଈଙ୍କ ଦୁର୍ଘଟଣା ଘଟି ଗାଡ଼ି ଚକା ତଳେ ଅଜାର ଜୀବନ ଚାଲିଯାଇଥିବାବେଳେ ଆଈ ବାହିନୀ ବାହିନୀ କାନ୍ଦୁଥିବା ଦେଖିବାକୁ ମିଳିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜ
ଅଧାରେ ରହିଗଲା  ଜନ୍ମଦିନ   ଗାଡ଼ି ଚକା ତଳେ ଅଜାର ଜୀବନ ଗଲା


ଘଟଗାଁ, ୨୦ ନଭେମ୍ବର(ହି.ସ.) – ଅଧାରେ ରହିଗଲା ନାତୁଣୀର ଜନ୍ମଦିନ ପାଳନ ପାଇଁ ବାଇକ୍‌ରେ ଯାଉଥିବା ଅଜାଆଈଙ୍କ ଦୁର୍ଘଟଣା ଘଟି ଗାଡ଼ି ଚକା ତଳେ ଅଜାର ଜୀବନ ଚାଲିଯାଇଥିବାବେଳେ ଆଈ ବାହିନୀ ବାହିନୀ କାନ୍ଦୁଥିବା ଦେଖିବାକୁ ମିଳିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥର କୋଳିମାଟି ଛକ ଠାରେ । ମୃତକ ଜଣକ ହେଲେ ମୟୁରଭଞ୍ଜ ଜଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଖାଲୁର୍ ଗାଁର ଶରତ ଚନ୍ଦ୍ର ନାୟକ ଗୁରୁବାର ସ୍ତ୍ରୀ ମମତାଙ୍କୁ ସାଙ୍ଗରେ ଧରି ବାଇକ୍ ଯୋଗେ ଯାଜପୁରରୋଡରେ ରହୁଥିବା ଝିଅ ଘରକୁ ନାତୁଣୀ ଜନ୍ମ ଦିନ ପାଳନ ପାଇଁ ଯାଉଥିଲେ । ନାତୁଣୀର ଜନ୍ମ ଦିନ, ସେଥିପାଇଁ ବେସ୍ ଖୁସିରେ ଯାଉଥିବା ସମୟରେ କୋଳିମାଟି ଛକ ନିକଟରେ ଘଟିଲା ଦୁର୍ଘଟଣା । ଏକ ବସକୁ ଓଭଟେକ୍ କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କାଦେଇଥିଲା । ଦୁର୍ଘଟଣାରେ ଶରତ ଗୁରୁତର ଆହତ ହୋଇଥିବାବେଳେ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଘଷିପୁରା ପଲିସ୍ ଉଭୟଙ୍କୁ ଉଦ୍ଦାରକରି ଆନନ୍ଦପୁର ମେଡିକାଲରେ ପହଁଂଚାଇବାପରେ ସେଠାରେ ଡାକ୍ତର ଶରତଙ୍କୁ ମୃତ ଘୋଷଣା କରିଛନ୍ତି । ଘସିପୁରା ପୋଲିସ ଶବ କୁ ଜବଡକରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକରଖି ପୋଲିସ୍ ତଦନ୍ତ ଚଳାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande