
ଘଟଗାଁ, ୨୦ ନଭେମ୍ବର(ହି.ସ.) – ଅଜଣା କାର୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଆନନ୍ଦପୁର ଥାନା ଅନ୍ତର୍ଗତ ପଣସଡିହା ଗ୍ରାମର ଶୁକଦେବ ଦିଗାର୍ଙ୍କ ପୁଅ ତାପସ ଦିଗାର(୨୦) ସାଇକେଲ ଯୋଗେ ଚିଆଁ ବେଡା ଛକକୁ ଆସୁଥିବା ବେଳେ ହଠାତ୍ ଗୟଳମୁଣ୍ଡା ବଜାର ନିକଟରେ ଏକ ଅଜଣା କାର ତାଙ୍କୁ ପଛ ପଟୁ ଧକା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରିବାର ଲୋକଙ୍କ ସହଯୋଗରେ ଗୁରୁତର ଆହତ ତାପସଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଉଥିବା ବେଳେ ଦୁର୍ଘଟଣାରଘଟାଇଥିବା ଗାଡି ର କୌଣସି ପତା ମିଳିନଥିବାବେଳେ ଆନନ୍ଦପୁର ପୋଲିସ ଅଧିକ ଛାନଭିନ କରୁଥିବା ଜଣାପଡିଛି ହେଲେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ଖବର ମିଳିପାରି ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଘଟଣା ଘଟାଇଥିବା ଗାଡିକୁ ତୁରନ୍ତ ଜବତ କରିବା ସହ ଅପରାଧିକୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ